ଆଜିର ରାଶିଫଳ, 15 ନଭେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ସାମାନ୍ୟ ରହିବ । ଅଫିସ କାର୍ଯ୍ୟରେ ସଫଳତା ମିଳିବ ଯାହା ଦ୍ୱାରା କି ଆପଣଙ୍କୁ ଅଫିସରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ଆଜି ଆପଣଙ୍କର ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ ଏହା ସହ ଖର୍ଚ ମଧ୍ୟ ବଢିପାରେ । ଖର୍ଚକୁ ନିୟନ୍ତ୍ରଣ କରନ୍ତୁ ଯାହା ଫଳରେ ଭବିଷ୍ୟତରେ ବହୁତ ଖୁସିରେ ରହିବେ । ବାହାନ କିମ୍ବା ଭୂମି କିଣିବାର ସୁଯୋଗ ଅଛି । ହାଡ ସମ୍ବନ୍ଧୀୟ କମଜୋରି ହୋଇପାରେ ଯାହାର ସମ୍ପର୍କ ଖରାପ ଦିନ ଚର୍ଯ୍ୟା କିମ୍ବା ଖରାପ ଖାଦ୍ୟପେୟ ଦ୍ଵାରା ହୋଇପାରେ । ଆଜି ପରିବାରରେ ଖୁସିର ବାତାବରଣ ରହିବ ।

ବୃଷ

ପରିବାର ସହିତ ଭଲ ସମୟ ବିତାନ୍ତୁ । ଘରେ କୌଣସି ସମ୍ପର୍କୀୟ ଆସିବାର ସମ୍ଭାବନା ଅଛି । ଯାହାଙ୍କ ସହିତ ମନୋରଞ୍ଜନ କରିବା ପାଇଁ ବୁଲିବାକୁ ଯାଇପାରନ୍ତି । ଭାବିଥିବା ପୁରୁଣା କାମ ଆରମ୍ଭ କରିବେ । ଲାଭ ମିଳିପାରେ । ଆଜି ସୁସ୍ଥ ଅନୁଭବ କରିବେ । ଯାହା ସ୍ଵପ୍ନ ଦେଖିଥିବେ ତାହା ପୁରା ହୋଇଯିବ । ସାମୁହିକ ଓ ସାମାଜିକ କାମରେ ପାଇଁ ଭଲ ଦିନ ଅଛି । ପରିବାରରେ ଅଧିକ କାମ କରିବାକୁ ପଡିପାରେ । ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ । କୌଣସି ବ୍ୟବସାୟରେ ନିବେଶ କରିବା ପୂର୍ବରୁ ସାବଧାନ ରୁହନ୍ତୁ ।

ମିଥୁନ

ଅଫିସରେ ସ୍ଟାଫଙ୍କ କାମରେ ଖୁସି ହୋଇ କିଛି ଉପହାର ଦେବେ । ଆଜି ଆପଣ ଚିନ୍ତାରେ ପଡ଼ିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ପରିଚିତ ଲୋକମାନଙ୍କର ସାହାଯ୍ୟ ମିଳିବ । ଆଜି ଅନ୍ୟ ମାନଙ୍କର ସାହାଯ୍ୟ କରିବେ । ଆପଣଙ୍କର କାମ ସହଜରେ ପୁରା ହୋଇଯିବ । ନୂଆ ବ୍ୟବସାୟରୁ ବହୁତ ଲବହ ମିଳିବ । ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ଭାଗ୍ୟର ସାଥ ଓ ଅଟକିଥିବା ଟଙ୍କା ମିଳିପାରେ । ଟଙ୍କା ରୋଜଗାର କରିବାର ବହୁତ ମାର୍ଗ ଅଛି । ସଞ୍ଚୟର କରିବା ପାଇଁ ଶିଖନ୍ତୁ । ଆଜି ଦିନରେ ସାଙ୍ଗମାନଙ୍କୁ ବହୁତ ମନେ ପକେଇପାରନ୍ତି ।

କର୍କଟ

ମାତା ପିତାଙ୍କ ପରାମର୍ଶରେ ସବୁ କାର୍ଯ୍ୟ କରନ୍ତୁ ସବୁ କାର୍ଯ୍ୟରେ ସଫଲତା ମିଳିବ । ସନ୍ତାନମାନଙ୍କ ପକ୍ଷରୁ ଆଜି ଚିନ୍ତା ବଢିପାରେ । ଆଜି କୌଣସି କାର୍ଯ୍ୟରେ ସଫଳତା ମିଳିବ ଯାହା ଦ୍ଵାରା ଭବିଷ୍ୟତରେ ଭଲ ଲାଭ ମିଳିବ । ଯେଉଁଥିରେ ନିବେଶ କରିବେ ସେଥିରେ ଭଲ ଧନ ଲାଭ ପାଇବେ । ଆଜି ସମସ୍ତ ପ୍ରୟାସରେ ସଫଳତା ମିଳିବ । ଯାହା ବି କରିବା ପାଇଁ ଚାହୁଁଛନ୍ତି କାହାକୁ କୁହନ୍ତୁ ନାହିଁ ନଚେତ ସେଥିରେ ସଫଳତା ମିଳିବ ନାହିଁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ ।

ସିଂହ

ଆଜି କୌଣସି ଶୁଭ ଖବର ମିଳିବ । ଆଜି କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ମିଳିବ । କୌଣସି ମହତ୍ଵପୂର୍ଣ କାର୍ଯ୍ୟରୁ ବହୁତ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସବୁ କଥାରେ ସମସ୍ତେ ସହମତି ଦେବେ । ବହୁତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ଆପଣ । ଅଫିସରେ ଆଜି ପ୍ରଶଂସା ମିଳିବ । ଜୀବନରେ ଆଗକୁ ବଢିବା ପାଇଁ  କିଛି ନୂଆ ଶିଖିବାକୁ ପଡିବ । ଆଜି ସତର୍କ ରହିବାକୁ ପଡିବ ।

କନ୍ୟା

ଅଫିସରେ କାମକୁ ପୁରା କରିବା ପାଇଁ ସକ୍ଷମ ହେବେ । ଏହି ରାଶିର ଛାତ୍ରମାନଙ୍କର ଦିନଟି ବହୁତ ଭଲ ରହିବ । ଦିନସାରା କେବଳ ଧନ ବିଷୟରେ ହିଁ ଚିନ୍ତା କରିବେ । ସମ୍ପତ୍ତି ଓ ଭୂମିକୁ ନେଇ ଚିନ୍ତା କମ ହେବ । କୌଣସି କାମରେ ସଫଳତା ସହ ଧନ ଲାଭ ବି ହେବ । ର୍କୌଣସି ପୁରୁଣା ସମସ୍ୟା ଆଜି ସମାଧାନ ହୋଇପାରେ । କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧନ ମିଳିବ । ସବୁ କାର୍ଯ୍ୟ ସହଜରେ ହୋଇଯିବ । କୌଣସି ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିବ । ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ ।

ତୁଳା

ଲୋକମାନେ ଆଜି ବିବାଦ ପୂର୍ଣ ପରିସ୍ଥିତିରେ ଫସି ଯିବେ । ସ୍ୱାସ୍ଥ୍ୟ ବିଶେଷ କିଛି ଭଲ ରହିବ ନାହିଁ । ପାରିବାରିକ ଜୀବନରେ ତାଳମେଳ ରହିବ । ଧର୍ଯ୍ୟର ସହିତ କାମ କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ସମସ୍ୟାର ଅନ୍ତ ହେବ । ମନ ଅଶାନ୍ତି ରହିବା ଦ୍ଵାରା କୌଣସି ବି ପ୍ରକାରର ସମସ୍ୟା ଆସି ପାରେ । ଆର୍ଥିକ ଜୀବନ ବି ସାମାନ୍ୟ ରହିବ । କିନ୍ତୁ ଆଜି ଏହି ମାସରେ କୌଣସି ବଡ ଉପହାର ମିଳିପାରେ । ପାରିବାରିକ ଜୀବନରେ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଯାତ୍ରା କରନ୍ତୁ ନାହିଁ ।

ବିଚ୍ଛା

ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଭଲ ଯୋଗ ଅଛି । ଆଜି ମହତ୍ଵପୂର୍ଣ କାର୍ଯ୍ୟ ପୁରା କରି ପାରିବେ । ମାନ ସମ୍ମାନ ବଢିବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆଜି କରି ପାରିବେ ଭଲ ଲାଭ ମିଳିବ । ଧନ ସମ୍ବନ୍ଧିତ ଚିନ୍ତା ବଢିପାରେ । ଏହି ମାସରେ ଖର୍ଚ ଅଧିକ ହେବ । ଛାତ୍ରମାନଙ୍କ ପାଇଁ ଏହି ମାସ ବହୁତ ମହତ୍ଵପୂର୍ଣ ରହିବ । ବିବାହ ସମାରୋହରେ ଯୋଗଦାନ କରି ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ

ଆଜିର ଦିନ ବହୁତ ଭଲରେ କଟିବ । କୌଣସି କଠିନ କାର୍ଯ୍ୟରେ ଥିବା ସମସ୍ୟା ଆଜି ସମାଧାନ ହୋଇଯିବ । କୌଣସି ଖାସ କାମରେ ଟଙ୍କା ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଅଫିସରେ ପ୍ରଶଂସା ମିଳିବ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ଖର୍ଚ ପ୍ରତି ଧ୍ୟାନ ରଖନ୍ତୁ । ନଚେତ ଭବିଷ୍ୟତରେ ଆର୍ଥିକ ସମସ୍ୟାର ସମ୍ମୁଖୀନ କରି । ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବା ଦ୍ଵାରା ବହୁତ ଖୁସିରେ ରହିବ ।

ମକର

ଆଜି ନିଜକୁ ଭଲ କାର୍ଯ୍ୟରେ ଲଗାଇବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କ ରୁଚି ବଢିବ । ଆଜିର ଦିନଟି ମଧ୍ୟମ ରୂପରେ ଫ୍ଲାଦାୟକ ରହିବ ।  ନିଜ ବୁଦ୍ଧି ବଳରେ ସବୁକାର୍ଯ୍ୟକୁ ସହଜରେ କରିବେ । ପରିବାରରେ ଖୁସିର ବାତାବରଣ ରହିବ । ବୈବାହିକ ଜୀବନରେ ନିଜ ପାର୍ଟନରଙ୍କ ସହ ବହୁତ ଖୁସିରେ ଜୀବନ ବିତାଇବେ । ବ୍ୟବସାୟରେ ବହୁତ ଲାଭ ମିଳିବ । ଯାହା ଦ୍ୱାରା ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଆସିବ । ପ୍ରେମ ଜୀବନ ବିତଉଥିବା ବ୍ୟକ୍ତିମାନଙ୍କୁ ସୁଖଦ ଖବର ମିଳିବ ଓ ନିଜ ନିଜ ଭିତରେ ପ୍ରତ୍ୟକଙ୍କ ପାଇଁ ସନମ୍ମାନ ବଢିବ ।

କୁମ୍ଭ

ଆଜିର ଦିନଟି ଭଲ ରହିବ । କୌଣସି ସମ୍ପର୍କୀୟଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ସାମାନ୍ୟ ମାନସିକ ଚିନ୍ତା ରହିବେ । ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏକାଗ୍ରତାର ସହ କାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । ବିବାହିତ ଲୋକମାନଙ୍କୁ ଗୃହସ୍ତ ଜୀବନରେ କିଛି ସମସ୍ୟା ଆସିପାରେ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ଆଜି କୌଣସି ଖୁସି ଖବର ମିଳିବ । ପରିବାରରେ ସମସ୍ତଙ୍କ ସହ ମିଳିମିଶି ରହିବା ଦ୍ଵାରା ପରିବାରରେ ସାହାଯ୍ୟ ମିଳିବ ।

ମୀନ

ଆଜିର ଦିନ ବହୁତ ଭଲ ରହିବ । ଅଟକି ଥିବା କୌଣସି କାର୍ଯ୍ୟ ସହଜରେ ହୋଇଯିବ । ଆଜି ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତୁ ଯାହା ଫଳରେ କି ଅପଣଙ୍କୁ ସମସ୍ତେ କାର୍ଯ୍ୟରେ ସାହାର୍ଯ୍ୟ ମିଳିବ । ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ପାରିବାରିକ କାର୍ଯ୍ୟରେ ପରିବାର ସଦସ୍ୟ ସାହାର୍ଯ୍ୟ ମିଳିବ । ଯଦି କାହାକୁ ଟଙ୍କା ଧାର ଦେଇଛନ୍ତି ତେବେ ଟଙ୍କା ଫେରସ୍ତ ମିଳିଯିବ । ପ୍ରେମୀ ମାନଙ୍କୁ ସେମାନଙ୍କ ପ୍ରେମ ସହଜରେ ମିଳଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।