ଆଜିର ରାଶିଫଳ, 15 ଜାନୁଆରୀ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ସୁଦୃଢ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଯେଉଁ ଦିନ କୁ ଆପଣ ଅପେକ୍ଷା କରିଥିଲେ ସେହି ଦିନକୁ ଆଊ ଅପେକ୍ଷା କରିବାକୁ ପଡ଼ିବ ନାହିଁ ସେହି ଖୁସି ଆଉ ଖୁବ୍ କମ୍ ଦିନରେ ପାଇ ପାରିବେ । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ।

ବୃଷ

ଆର୍ଥିକ ସମସ୍ୟା ଦୂର ହେବ ଓ ଆତ୍ମ ବିଶ୍ବାସ ବଢିବ ପୁରା ଦିନ ମଧ୍ୟମ ଧାରଣ ର ରହିବ । ପାଟନର୍ କରି ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ ।ଯଦି କାରବାର ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ବହୁତ୍ ଭଲ ଦିନ ଅଟେ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ମିଥୁନ

ପ୍ରେମ ସମ୍ବନ୍ଧିତ ଲୋକେ ଆଜି ତାଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆଜି ଆପଣଙ୍କର ଦିନ ମଧ୍ୟମ ଧାରଣ ରହିବ କିନ୍ତୁ ବହୁତ୍ ଖୁସି ରହିବେ । ପରିବାରରେ କିଛି ନୂଆ ଦାୟିତ୍ଵ ମିଳିପାରେ ଯାହାକୁ ନେଇ ଆପଣ ବହୁତ ଖୁସି ରହିବେ । ପରିବାରରେ ଆଜି ଅଧିକ ସମୟ ବିତାଇବା । ଯେଉଁ ଦିନ କୁ ଆପଣ ଅପେକ୍ଷା କରିଥିଲେ ସେହି ଦିନକୁ ଆଊ ଅପେକ୍ଷା କରିବାକୁ ପଡ଼ିବ ନାହିଁ ସେହି ଖୁସି ଆଉ ଖୁବ୍ କମ୍ ଦିନରେ ପାଇ ପାରିବେ । ବିଭାଜିତ ଜୀବନ ଖୁସିରେ କରିବ । ବ୍ୟବସାୟରେ ଛୋଟ ଛୋଟ ବାଧା ଆସି ପାରେ । ଆଜି କିଛି କରିବାକୁ ପଡ଼ିବ ନାହିଁ ଯାହା ପୁର୍ବ କରିଥିଲେ ଏବେ ତାର ଫଳ ପାଇବେ ।

କର୍କଟ

ଯେତେ ବି ଜରୁରୀ କାମ ଥିଲେ ଆଜି ପୂର୍ଣ୍ଣ ହୋଇଯିବ । କୌଣସି ଏକ କାରଣରୁ ବହୁତ୍ ଖୁସି ରହିବେ । ନୂଆ ସାଙ୍ଗ ସହ ଭେଟ ହୋଇପାରେ । ଚାକିରି କରୁଥିବା ଲୋକେ ଆଜି ବହୁତ୍ ଖୁସି ରହିବେ କିନ୍ତୁ ତାଙ୍କ କାମରେ ଆଜି କେହି ଜଣେ ଖାଲରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି ଯେହେତୁ ଆପଣ ଧର୍ମ ପରାୟଣ ଲୋକ ବିଶେଷ କିଛି କ୍ଷତି ହେବ ନାହିଁ । ରାଗ ଉପରେ ନୀୟତ୍ରଣ । ରଖନ୍ତୁ କାହାକୁ କଟୁ କଥା କୁହନ୍ତୁ ନାହିଁ ।

ସିଂହ

ସମସ୍ତ ଙ୍କୁ ନିଜର କରି ଚାଲିବାକୁ ଚେଷ୍ଟା କରନ୍ତୁ । ଆଜି ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ ବା କିଛି ନୂଆ ସୁଯୋଗ ଆସିପାରେ ଯାହା ଆପଣଙ୍କ ଜୀବନକୁ ପୁରା ବଦଳାଇ ଦେବ । ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା । କିଛି ନୂଆ ସମାଧାନ ପାଇ ସେହି ନିର୍ଦ୍ଦେଶ ଅନୁସାରେ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ ।

କନ୍ୟା

ନୂଆ ବାହା ହୋଇଥିବା ଲୋକଙ୍କର ଭଲ ରେ ଦିନ କରିବ । ପୁରା ଦିନ ସାଙ୍ଗ ସାଥୀ କିମ୍ବା ପରିବାରର ସଦସ୍ୟ ସାଙ୍ଗେ ମିଶି ବହୁତ୍ ମଜା ଉଠାଇ ପାରନ୍ତି । କିଛି ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ । ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳ ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ ।ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ତୁଳା

ଆଜି ଆପଣଙ୍କର ଧ୍ୟାନ ଅଲଗା ଥିବା ହେତୁ କାମ ଠିକ୍ ଭାବରେ ହେବା ନାହିଁ ତେଣୁ କରି କାମ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । କୌଣସି ଭଲ ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧାର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବାର ସମ୍ଭାବନା ଅଛି ତେଣୁ କରି ଜଗି ଆରକ୍ଷୀ କାର୍ଯ୍ୟ କରନ୍ତୁ । କିଛି ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ବିଚ୍ଛା

ପରିବାରରେ ସମସ୍ତ ଙ୍କର ମନ ଆପଣ ଆଜି କୌଣସି ଏକ କାମରୁ ପୁରା ଜିତୀ ନେବେ ଓ ଖୁସି ରହିବେ ଯଦି ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସଫଳ ହେବେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କରିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । କିଛି ଭଲ କାମ କରିବା ଫଲରେ ଘର ଲୋକେ ଭଲ ପାଇବେ ।

ଧନୁ

ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । ଘରେ ସମସ୍ତ ଙ୍କୁ ନିଜର କରି ରଖିଲେ ଆପଣଙ୍କୁ ବହୁତ ଭଲ ପାଇବେ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫସି ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ।

ମକର

ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ୍ରେ ରହି ପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ ।

କୁମ୍ଭ

ଗୁପ୍ତ ଧନ ଆଜି କେଉଁଠାରୁ ମିଳି ପାରେ । ଏହି କଥା କାହାକୁ କହିବେ ନାହିଁ ନଚେତ୍ ବଡ ଅସୁବିଧାର ସମ୍ମୁଖିନ ହେବେ । କାରବାରରେ ଭଲ ଲାଭ ହେବା ଗୁରୁଜନ ଙ୍କ କଥା ଆଜି ମାନିବାକୁ ବାଧ୍ୟ ହେବେ ଯଦି ଆପଣ ନ ମାନି କୌଣସି କାମ କରୁଛନ୍ତି ତେବେ ସେଥିରେ ଆପଣଙ୍କର କ୍ଷତି ହେବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈ ପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି ।

ମୀନ

କୌଣସି କାମକୁ ନେଇ ଆଜି ଭାରି ମନ କଷ୍ଟ ହେବ । ଏହାଛଡା ଏଥି ଯୋଗୁ ମନ ଖରାପ କରନ୍ତୁ ନାହିଁ ଏହାର ବିକଳ୍ପ ଆପଣଙ୍କୁ ମିଳିଯାଏ ପାରେ ଯାହା କି ସେହି କର୍ମ ପୂର୍ଣ୍ଣ କରିଦେବ । ମାତା ଓ ପିତାଙ୍କ ଧ୍ୟାନ ରଖନ୍ତୁ । ଆର୍ଥିକ ସମସ୍ୟା ଭଲ ରହିବ । ବ୍ୟବସାୟରେ ଭଲ ଲାଭ ହେବ। ଯଦି ବ୍ୟବସାୟ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ବହୁତ ଭଲ ଦିନ ହେବ ଆପଣଙ୍କ ପାଇଁ । ଆଜି କଟୁ କଥା କାହାକୁ କୁହନ୍ତୁ ନାହିଁ ନଚେତ୍ ବଡ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ି ପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।