ଆଜିର ରାଶିଫଳ, 14 ଜୁଲାଇ 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଖୋଲିବ ଭାଗ୍ୟର ଦ୍ଵାର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆୟର ନୂତନ ସ୍ରୋତ ମିଳିବ । ଅଫିସରେ କୌଣସି ବଡ ଅଧିକାରୀଙ୍କ ସହଯୋଗ ମିଳିବ । ଯେଉଁ ଛାତ୍ରମାନେ ପରୀକ୍ଷା ଦେଇଛନ୍ତି, ତାଙ୍କୁ ଭଲ ପରିଣାମ ମିଳିବ । ଆପଣ ବହୁତ ଜଲ୍ଦି ସଫଳତା ପ୍ରାପ୍ତ କରିବେ ଓ ଏହା ଆପଣଙ୍କ କଠିନ ପରିଶ୍ରମର ହିଁ ଫଳ ଅଟେ । ଆପଣ ଗୋଟିଏ ହିଁ ସ୍ଥାନରେ ସବୁଦିନ କାମ କରିବାକୁ ଘୃଣା କରିବେ ଓ ଅନ୍ୟ କାର୍ଯ୍ୟ ଖୋଜିବା ପାଇଁ ପ୍ରୟାସ କରିବେ । ଆପଣଙ୍କ ପ୍ରାଥମିକତା ବଦଳି ଯିବ ଓ ସେଥିପାଇଁ ଆପଣଙ୍କ ସମ୍ବନ୍ଧ କ୍ଷେତ୍ର ଭଲ ରହିବ । କୌଣସି ନୂଆ କାର୍ଯ୍ୟ ହାତରେ ଲାଗିବ ।

ବୃଷ

ଆଜି ଆପଣଙ୍କ ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ଖାସକରି ବିଜ୍ଞାନ ଛାତ୍ରମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ଅଟେ । ଯେଉଁ ଲୋକମାନେ ଶିକ୍ଷା କ୍ଷେତ୍ର ସହ ଜଡିତ ଅଛନ୍ତି ତାଙ୍କୁ କିଛି ଶୁଭ ଖବର ମିଳି ପାରେ । ଆପଣ ନିଜର କାର୍ଯ୍ୟକୁ ସଫଳତା ପୂର୍ବକ ଓ ସମୟ ମଧ୍ୟରେ ପୁରା କରିବେ । ଆପଣ ନିଜ କାମ ଯୋଗୁ ବାହାରକୁ ଯାଇ ପାରିବେ ନାହିଁ । କିନ୍ତୁ ଏହା ହିଁ ଆପଣଙ୍କ ପାଇଁ ଭଲ ଅଟେ । ଆପଣଙ୍କୁ ଭବିଷ୍ୟତରେ ଭଲ ଅବସର ମିଳିବ । ଜୀବନସାଥିଙ୍କ ସହ ଭଲ ସାମଞ୍ଜସ୍ୟ ରହିବ । ଆଜି ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ ।

ମିଥୁନ

ଆଜି ଆପଣଙ୍କୁ ନୂତନ ଲୋକମାନଙ୍କ ସାହାରା ମିଳିବ । ଏହା ସହିତ ଆଜି ଆପଣଙ୍କୁ ସମ୍ଭାଳି ରହିବାକୁ ପଡିବ । ଅଫିସରେ କାମକୁ ନେଇ କେହି ଆପଣଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି । ଆପଣଙ୍କୁ ଆପଣଙ୍କ ସମସ୍ତ କାମ ଠିକ ରୂପରେ କରିବାର ଅଛି । ଏହି ସମୟରେ ଆପଣଙ୍କୁ ସାମାଜିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କୁ ଏକ ମଜବୁତ ସମ୍ବନ୍ଧରେ ରହିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଆପଣଙ୍କୁ ନିଜର ବିକଳ୍ପର ଚୟନ କରିବାର ଅଛି । ଟଙ୍କା ଖର୍ଚ କରିବା ବିଷୟରେ ଆପଣ ସାବଧାନ ରହିବାକୁ ହେବ । ଅନ୍ୟଥା ଆପଣଙ୍କୁ ଭବିଷ୍ୟତରେ ଏକ ମହତ୍ଵପୂର୍ଣ ଝଟକା ଲାଗିପାରେ ।

କର୍କଟ

ଆଜି କିଛି ଲୋକମାନଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ପରିବାରରେ ଆପଣଙ୍କ ପ୍ରଶଂସା ହେବ । ନୂଆ ଟେକିନିକ ଦ୍ଵାରା ଆପଣଙ୍କୁ ବ୍ୟାପାରରେ ବୁଦ୍ଧି ହେବ । ଆପଣ ନିଜର ପାର୍ଟନର ସହିତ ବାହାରକୁ ଯାଇ ପାରନ୍ତି । ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଏହି ସମୟରେ ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବେ, ଅଚଳ ସମ୍ପତ୍ତି ଉପରେ ନିବେଶ କରିବାର ଉପଯୁକ୍ତ ସମୟ ଅଟେ । ଆସନ୍ତା ସମୟରେ ବ୍ୟାପାରରେ ଲାଭ ମିଳିବ । ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆପଣ ଧୋଖା ଖାଇ ପାରନ୍ତି ।

ସିଂହ

ଆଜି ଆପଣ ଆଇନ ମାମଲାରେ ବନ୍ଧୁଙ୍କ ସାହାର୍ଯ୍ୟ ନେବେ । ଆଜି ଆପଣ ପରିବାରର ସମସ୍ତ ଇଚ୍ଛା ପୁରା କରିବେ । ଯେଉଁଥିରେ ଆପଣ ସଫଳ ବି ହେବେ । ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ମଜବୁତ ହେବ । ଆପଣଙ୍କ ଆଖପାଖର ଲୋକମାନେ ବହୁତ ପ୍ରଭାବିତ କରିବେ । ଆପଣ ସଫଳତାର ଉଚ୍ଚତାରେ ପହଞ୍ଚିବେ । ଆପଣ କାହାକୁ ନିରାଶ କରି ପାରନ୍ତି । ଆପଣ ଏହି ସମୟରେ ନିଜର ଘର ଓ ପରିବାରରେ ଧ୍ୟାନ ଦିଅନ୍ତୁ । କ୍ୟାରିୟର ଓ ବ୍ୟକ୍ତିଗତ ସମ୍ବନ୍ଧରେ ଭଲ ପାଇଁ ଆପଣଙ୍କୁ ନିଜ ମଧ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡିବ ।

କନ୍ୟା

ଆଜି କୌଣସି ନୂଆ କାମ କରି ଆପଣ ଲାଭବାନ ହେବେ । କ୍ୟାରିୟର ମାମଲାରେ ଜିନିଷ ଭଲ ହେବ । ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣ ସତର୍କ ରୁହନ୍ତୁ । ସମୟ ଭଲ ରହିବ । ଆପଣ ବିନା କୌଣସି ସମସ୍ୟାରେ ନିଜର ସମସ୍ତ ଇଛାକୁ ପୁରା କରିବେ । ଏହି ସମୟରେ କିଛି ନୂଆ ବ୍ୟବସାୟ ଆରମ୍ଭ କରିବେ । ଯେତେବେଳେ ଆପଣ କିଛି ଅଜ୍ଞାତ ଲୋକମାନଙ୍କ ସହିତ ବ୍ୟବହାର କରୁଛନ୍ତି ତେବେ ବହୁତ ସାବଧାନ ରୁହନ୍ତୁ । କାରଣ ଆପଣଙ୍କୁ ଧୋଖା ମିଳିପାରେ । ଏହି ସମୟରେ ଆପଣଙ୍କ ଜୀବନରେ ପ୍ରେମ ଓ ସମ୍ପର୍କର ଅଧିକ ମଢତ୍ଵ ଦେବାର ଅଛି । ଉଧାର ନେବା ଠାରୁ ଆପଣଙ୍କୁ ବଞ୍ଚିବାର ଅଛି ।

ତୁଳା

ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିବାର ସମ୍ଭାବନା ଅଛି । ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ । ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ । ଆଜି ପରିବାର ଲୋକମାନଙ୍କ ସହିତ ମଉଜ ମସ୍ତି କରିବେ । ଯାହା ଦ୍ଵାରା ପାରିବାରିକ ଜୀବନ ସୁଖମୟ ହୋଇଯିବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ ପରିଶ୍ରମର ଭଲ ଫଳ ମିଳିବ । ଆପଣ ନିବେଶ ଓ ନିଜର ବ୍ୟବସାୟିକ ଗତିବିଧି ଦ୍ଵାରା ଭଲ ଲାଭ ପାଇବେ । ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଅଧିକାଂଶ ନିଷ୍ପତିକୁ ସ୍ଵୀକାର କରିବେ ନାହିଁ ।

ବିଚ୍ଛା

ଆଜି ଆପଣଙ୍କୁ ବ୍ୟାପାରରେ ଆଶାତୀତ ଲାଭ ମିଳିବ । ଆଜି ଆପଣ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରିବେ । ଘରର କିଛି ଅତିଥି ଆସି ପାରନ୍ତି । ଯାହା ଦ୍ଵାରା ଆପଣଙ୍କ ମନ ଠିକ ରହିବ । ଆପଣ ଏହି ସମୟରେ ବହୁତ ଲୋକମାନଙ୍କ ସହ ସମୟ ବ୍ୟତୀତ କରିବେ । ସେଥିପାଇଁ ଆଣଙ୍କ ସାମାଜିକ ପ୍ରତିଷ୍ଠା ବଢିବ । ଆପଣଙ୍କ ଆଖପାଖର ସବୁ ଲୋକମାନେ ଆପଣଙ୍କର ଲାଭ ଉଠାଇବାକୁ ଚେଷ୍ଟା କରିବେ । ଆପଣ ନିଜର ଇଛାକୁ ପୁରା କରିବାକୁ ଚେଷ୍ଟା କରିବେ । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଆପଣଙ୍କ ସମସ୍ତ କାର୍ଯ୍ୟ ହୋଇଯିବ । ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ସଫଳ ମିଳିବ ।

ଧନୁ

ଆପଣ ପ୍ରେମୀଙ୍କ ସହିତ ବହୁତ ସମୟ ବ୍ୟତୀତ କରିବେ । ତାଙ୍କର ସାହାର୍ଯ୍ୟ କରିବେ । ଏହି ସମୟରେ ଆପଣଙ୍କ ଧ୍ୟାନ ଘର, ପରିବାର ଉପରେ ରହିବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । କ୍ୟାରିୟରରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସ୍ଥିତି ଅଛି ଓ ଆୟ ଠିକ ରହିବ । ଦରକାରୀ ଲୋକମାନଙ୍କୁ କିଛି ଜିନିଷ ଦାନ କରିବେ । ନିଜର କ୍ୟାରିୟରକୁ ନେଇ ବହୁତ ସାବଧାନ ରୁହନ୍ତୁ । କାରଣ ଗୋଟିଏ ଭୁଲ ଆପଣଙ୍କ କ୍ୟାରିୟରକୁ ନଷ୍ଟ କରି ଦେବ । କୌଣସି ବଡ ନିଷ୍ପତି ନେବା ପୂର୍ବରୁ ସମସ୍ତଙ୍କ ରାୟ ନିଅନ୍ତୁ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ କରିବାର ଅଛି ।

ମକର

ସମସ୍ୟାକୁ ସମଧାନ କରିବା ପାଇଁ ବୁଝାମଣା କରିବାକୁ ପଡିପାରେ । ଆପଣ ସଠିକ ପଦକ୍ଷେପ ନିଅନ୍ତୁ ନଚେତ କ୍ଷତି ହୋଇପାରେ । ଆପଣ ବିନମ୍ରତାର ସହ ଅନ୍ୟ ଲୋକମାନଙ୍କ ସହ ବ୍ୟବହାର କରିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣ ଜଲ୍ଦି ହିଁ ସନ୍ତାନ ସୁଖ ପ୍ରାପ୍ତି କରିବେ । ଆପଣ ଜଣେ ସନ୍ତୁଷ୍ଟି ଦାୟକ କ୍ୟାରିୟର ଓ ଏକ ସମୃଦ୍ଧ ଭବିଷ୍ୟତର ସ୍ଵପ୍ନ ଦେଖିବ ଓ ତାହା ଅନୁସାରେ ଯୋଜନା ପ୍ରସ୍ତୁତ ବି କରିବେ । ଆପଣଙ୍କ କାମରେ କିଛି ନୂଆ ଲୋକମାନଙ୍କ ସାହାର୍ଯ୍ୟ ମିଳିବ । ପ୍ରେମୀମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ ।

କୁମ୍ଭ

ଆପଣଙ୍କ ଆଖପାଖରେ ଲୋକମାନେ ଏହା ଉପରେ ଧ୍ୟାନ ଦେବେ । ଆପଣଙ୍କୁ କୌଣସି ବଡ ଗ୍ରୁପ ସହ ଯୋଡି ହେବାର ଅବସର ମିଳିପାରେ । କିନ୍ତୁ କୌଣସି ବଡ ଡିଲ କରିବା ପୂର୍ବରୁ ଆପଣଙ୍କୁ ବୁଝି ସୁଝି ଆଗକୁ ବଢିବାର ଅଛି । ନିୟମିତ ଓ ସନ୍ତୁଳିତ ଭୋଜନ କରିବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷଣ ମିଳିବ । ଆପଣଙ୍କୁ ବାସ୍ତବରେ ସାବଧାନ ରହିବାକୁ ପଡିବ । ଆପଣଙ୍କ ବିଷୟରେ କିଛି ଖରାପ ଶୁଣିବେ । ଶିକ୍ଷା ସହ ଜଡିତ ଲୋକମାନଙ୍କ ଉନ୍ନତି ହୋଇପାରେ । ଆପଣଙ୍କ ସମସ୍ତ ଆବଶ୍ୟକତା ପୁରା ହେବ । ସମସ୍ତଙ୍କ ସାଥ ମିଳିବ । ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟର ଅଂସ ହେବେ ।

ମୀନ

ଏହି ସମୟରେ ଆପଣ ନିଜର ଉଜ୍ଵଳ ଭବିଷ୍ୟତର ନିର୍ମାଣ କରିବା ପାଇଁ ଭଲ ନିଷ୍ପତି ନିଅନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଆଜି କାରୋବାର ସମ୍ବନ୍ଧିତ ଭଲ ଖବର ମିଳିପାରେ । ଆଜି ଆପଣ ନିଜର ପିଲାମାନଙ୍କ ସହିତ ସମୟ ବ୍ୟତିତ କରିବେ । ଆଜି ଆପଣଙ୍କ ଜୀବନସାଥି ଆପଣଙ୍କ ଉପରେ ବିଶ୍ଵାସ କରିବେ । ଆଜି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ପରିବାରରେ ଶାନ୍ତି ରହିବ । ଆପଣଙ୍କ ପିଲାମାନେ ଦୁଷ୍ଟାମି କରିବେ । ଶାନ୍ତିର ସହ କାମ କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।