ଆଜିର ରାଶିଫଳ, 13 ମାର୍ଚ୍ଚ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସମାଜରେ ନିଜର ମାନ ସଂମ୍ମାନ ବଢିବ । ନିଜର ଥିବା ବିରୋଧୀ ମାନେ ସମସ୍ଥେ ପରାସ୍ତ ହେବେ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଆଜି ଆପଣ ଟିକେ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ । ନୂଆ ବିଭାହୀତ ଜୀବନ ଭଲରେ କଟିବ । ନିଜ ବାପାଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି ତେଣୁ କରି ତାଙ୍କର ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ସପ୍ତାହରେ ଶେଷରେ ଆପଣଙ୍କୁ ବଡ ସଫଳତା ମିଳିପାରେ ।

ବୃଷ

ଆଜି ଦେଖି ଚାହିଁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ଅସୁବିଧା ହେବାର ଦେଖା ଦେଇ ପାରେ । ବିରୋଧୀଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ପାଇଁ ଚେଷ୍ଟା କରନ୍ତୁ । ଯାହାକି ପୁରା ଜୀବନ ରେଖାକୁ ବଦଳାଇ ପାରେ । ଆପଣଙ୍କର ରାଗ ହିଁ ବଡ କ୍ଷତି କରି ଦେଇପାରେ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ । ଆଜି କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ । ସେଥିରେ ଆପଣ ଅସଫଳ ରହିବେ ।

ମିଥୁନ

ବ୍ୟବସାୟରେ ଭଲ ଲାଭ ହେବା ସହିତ ଉର୍ଣ୍ଣତି ହେବ । ଆଜି ଆପଣ ଏପରି ଏକ ନିସ୍ପତି ନେବେ ଯାହା କେହି ବିଶ୍ଵାସ କରିପାରିବେ ନାହିଁ କିନ୍ତୁ ସମସ୍ଥଙ୍କୁ ଚମକାଇ ଦେଇପାରନ୍ତି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କର୍କଟ

ଆଜି ନିଜର ଖର୍ଚ୍ଚ ଦେଖି କରି କରନ୍ତୁ ନଚେତ ନିଜ ଉପରେ ବହୁତ ପ୍ରଭାବ ପଡିବ । ଆପଣ ଯେତେ ଠିକ କଥା କହିଲେ ମଧ୍ୟ ଆପଣଙ୍କ କଥା କେହି ବରିଷ୍ଠ ବ୍ୟକ୍ତି ଶୁଣିବେ ନାହିଁ । ନିଜ ଭିତରେ ଥିବା କୌଣସି ଏକ କଳାକୁ ଏକ ଭଲ ଜାଗାରେ ଲଗାଇ ପାରନ୍ତି   ଯାହା ଦ୍ଵାରା ନିଜ କରିଥିବା ପରିଶ୍ରମ ଏବେ ସଫଳ ହେବେ । ନିଜର ମାନ ସଂମ୍ମାନ ବଢିବ । ସବୁ ବିରୋଧୀଙ୍କର ପରାସ୍ତ ହେବ । ଯାତ୍ରା ଆପଣଙ୍କର ଲାଭ ଦାଯକ ହେବ । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ ।

ସିଂହ

ପରିବାରରେ ବହୁତ ସୁଖ ଓ ଶାନ୍ତି ରହିବ । ନିଜର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କୌଣସି ଏକ ଜିନିଷ ବା କାର୍ଯ୍ୟରେ କ୍ଷତି ହୋଇପାରେ । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଘରେ କେହି ସଦସ୍ୟ ଆପଣଙ୍କୁ ସାହାର୍ଯ୍ୟ କରିବେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ନଚେତ ତାଙ୍କର କିଛି ଅସୁବିଧା ଦେଖା ଦେଇପାରେ । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି ।

କନ୍ୟା

ଆଜି ଆପଣଙ୍କର କିଛି ଆର୍ଥିକ ସମସ୍ୟା ଦେଖା ଦେଇପାରେ । ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବେ । ବଡ ଲୋକଙ୍କ ଠାରୁ କିଛି ନୂଆ ସମାଧାନ ପାଇ ସେହି ନିର୍ଦ୍ଦେଶ ଅନୁସାରେ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ତୁଳା

ଆଜି କିଛି ନୂଆ ଯୋଜନା ବା ନୂଆ ସୁଯୋଗରେ କିଛି କାମ କରନ୍ତୁ ନାହିଁ ଯଦି କରନ୍ତି ସବୁ ଭୁଲ ବା ଖରାପ ହୋଇଯିବ । ଆଜି କାହା ସାଙ୍ଗରେ ପାଟିତୁଣ୍ଡ କରନ୍ତୁ ନାହିଁ ଆପଣ ସେଥିରେ ପରାସ୍ତ ହେବେ । ନଚେତ କିଛି ଜିନିଷ ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି । ମହତ୍ୟା ପୂର୍ଣ କାର୍ଯ୍ୟରେ କିଛି ଅସୁବିଧା ଦେଖା ଦେଇପାରେ । କୌଣସି ଲୋକେ ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ଧାର୍ମିକ କାର୍ଯ୍ୟରେ ମନ ବଳ ବଢିବ ।

ବିଚ୍ଛା

ରାଜନୈତିକ କାର୍ଯ୍ୟରେ ସଫଳତା ପାଇବେ ଆଜି ଆପଣଙ୍କର ଥିବା ବିରୋଧୀ ମାନଙ୍କର ପରାସ୍ତ ହେବ । ନିଜ ଭିତରେ ଥିବା ପ୍ରତିଭା ଆଜି ସବୁ ଲୋକଙ୍କ ସମମ୍ନାକୁ ଆସିବ । ଅଫିସରେ କାର୍ଯ୍ୟ ବଢିପାରେ ଓ କାର୍ଯ୍ୟ ଠିକ ଭାବରେ ହେବ । ସାଙ୍ଗ ସହ ଆଜି ବାହାରକୁ ବୁଲିବାକୁ ଯିବେ ଓ ସୁସ୍ଵାଦୁ ଖାଦ୍ୟ ଖାଇବେ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ଧନୁ

ଆଜି ଯଦି ଆପଣ ସୁନା ବ୍ୟବସାୟ କରନ୍ତି ତେବେ ସେଥିରେ ଭଲ ଲାଭ ହେବ । ସେହି କାର୍ଯ୍ୟରେ ଆପଣଙ୍କୁ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ । ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ଯେକୌଣସି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଯଦି ଆପଣ ଏହି ସମୟରେ ବିଦେଶ ଯାତ୍ରା କରିବାକୁ ଚହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ହେବ । ନିଜ ମନ ବଳ ଦୃଢ ଥିବା ହେତୁ ନିଜର କାର୍ଯ୍ୟ କରିବା କ୍ଷମତା ବଢିବ ।

ମକର

ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ଯେଉଁ ମାନେ ଗାଡି ଚଳାଉଛନ୍ତି ସେମାନେ ଆଜି ଟିକେ ଜଗି କରି ଗାଡି ଚଳାଇବା ଉଚିତ । ଆଜି ପୁରା ଦିନ ଅନୁକୂଳ ରହିବ ।

କୁମ୍ଭ

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । ନିଜର ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।  ଭବିଷ୍ୟତରେ କରିବାକୁ ଥିବା କାର୍ଯ୍ୟ ଆଗରୁ ଚିନ୍ତା କରନ୍ତୁ ନାହିଁ ବା ସେହି କାର୍ଯ୍ୟ ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ । ନିଜ ସାଙ୍ଗ ସହ କେଉଁ ଆଡେ ବୁଲିବାକୁ ଯାଇପାରନ୍ତି ।

ମୀନ

ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ ବଢିବ । କେହି ଜଣେ ଆଜି ଘରଆର ଲୋକେ ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ।  ଏହି ସୁଯୋଗକୁ ଆପଣ କେବେ ହେଲେ ହାତ ଛଡା କରିବେ ନାହିଁ । କାରଣ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।