ଆଜିର ରାଶିଫଳ, 13 ଅକ୍ଟୋବର 2020, ମଙ୍ଗଳବାର, ଗ୍ରହ ନକ୍ଷତ୍ରଙ୍କ ବିଶେଷ ପରିବର୍ତ୍ତନ ଫଳରେ ଏହି ୪ଟି ରାଶିକୁ ମିଳିବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ବ୍ୟବସାୟରେ ଯୋଜନାବଦ୍ଧ ହୋଇ କାମ କରିବେ । ପରିବାରରେ ଓ ଆପଣଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବା କାରଣରୁ ସବୁ କ୍ଷେତ୍ରରେ ପାରିବାରିକ ସହଯୋଗ ମିଳିବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ । ଯାହା ଫଳରେ କାର୍ଯ୍ୟ କରିବାରେ ସହଜ ହେବ । କାରୋବାରକୁ ବିସ୍ତାର କରିବାରେ ସଫଳ ହେବେ । ଆର୍ଥିକ ସ୍ଥିତିକୁ ସଜାଡିବାକୁ ଚେଷ୍ଟା କରନ୍ତୁ ଅନାବଶ୍ୟକ ଧନ ଦେବା ନେବା କରନ୍ତୁ ନାହିଁ । ନିଜ କାର୍ଯ୍ୟ କିମ୍ବା ବ୍ୟବସାୟରେ ନିଜ ବନ୍ଧୁ ବାନ୍ଧବଙ୍କୁ ସାମିଲ କରନ୍ତୁ ନାହିଁ । ନିଜ ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଶୁଭ ରହିବ । ଆପଣଙ୍କୁ କାହା ଠାରୁ ଉପହାର ମିଳିବ । ପରିବାରରେ ଶାନ୍ତି ରହିବ । ଆପଣଙ୍କ କାର୍ଯ୍ୟ ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ଅଛି । ମିତ୍ରଙ୍କ ସହ ଦେଖା କରି ଖୁସି ହେବେ ଏବଂ ସବୁ କ୍ଷେତ୍ରରେ ତାଙ୍କର ସହଯୋଗ ବି ମିଳିବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ କିନ୍ତୁ ସତର୍କ ରୁହନ୍ତୁ । କ୍ରୋଧ କରନ୍ତୁ ନାହିଁ ନଚେତ ବିବାଦ ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟା ଆସିବାର ସମ୍ଭାବନା ଅଛି । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ । ଜୀବନରେ ଲୋକଙ୍କ ସହଯୋଗ ମିଳିବ ।

ମିଥୁନ

ଆଜି ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗ ମିଳିବ । କ୍ୟାରିୟରରେ ଆପଣଙ୍କ ଗୁରୁଙ୍କ ସହଯୋଗ ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ଛାତ୍ରଙ୍କୁ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ପରିସ୍ଥିତି ଭଲ ରହିବ । କାର୍ଯ୍ୟ କ୍ଷ୍ରେତରେ ଅଚାନକ ଧନଲାଭ ମିଳିବ । ବ୍ୟବସାୟରେ ଲାଭ ମିଳିବ । ଚାକିରିରେ ପଦୋନ୍ନତି ମିଳିବ । ନିଜ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ ।

କର୍କଟ

ଆଜିର ଦିନ ଆପଣଙ୍କ ଭଲ ରହିବ । ଆଜି ଆପଣଙ୍କୁ ମିତ୍ରଙ୍କ ଠାରୁ କିଛି ପରାମର୍ଶ ମିଳିବ । ସ୍ୱାସ୍ଥ୍ୟ ଭଲ ନ ରହିବାରୁ କାମରେ ମନ ଲାଗିବା ନାହିଁ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହେବାର ସମ୍ଭାବନା ଅଛି । ସବୁ ସମସ୍ୟାକୁ ଦୂର କରି ସୁଖ ଶାନ୍ତିରେ ରହିବା ପାଇଁ ପ୍ରୟାସ କରନ୍ତୁ । ମନ ଶାନ୍ତି ରହିଲେ ସବୁ ସମସ୍ୟାକୁ ଦୂର କରିବା ପାଇଁ ସାହାସ ମିଳିବ ଓ ସବୁ କାର୍ଯ୍ୟରେ ସଫଳତା ମିଳିବ । କାରୋବାର ଭଲ ମିଳିବ । କାର୍ଯ୍ୟ କ୍ଷେତ୍ରରେ କାମର ଭାର ଅଧିକ ରହିବ । କିନ୍ତୁ ସମ୍ପର୍କୀୟଙ୍କ ସହଯୋଗରୁ ସବୁ ସମାଧାନ ହୋଇଯିବ । ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଚାକିରି କରୁଥିବା ଲୋକଙ୍କ ପାଇଁ ବହୁତ ଭଲ ଅଛି । କିଛି ଖୁସି ଖବର ମିଳି ପାରେ । କ୍ୟାରିୟରରେ ସଫଳତା ମିଳିବ । ସାହାସ ଓ ପରାକ୍ରମ ସହ ପଦ ପଦବୀ ବି ମିଳିବାର ସୁଯୋଗ ଅଛି । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ଯଦି ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟିକ ଦୃଷ୍ଟିକୋଣରୁ ନିବେଶ କରନ୍ତୁ ନାହିଁ ଆର୍ଥିକ ସ୍ଥିତି ଦୃଢ ରହିବ । କୌଣସି ବିପଦ ଭରା କାର୍ଯ୍ୟ କରନ୍ତୁ ନାହିଁ ନଚେତ ସମସ୍ୟା ବଢିପାରେ । ହନୁମାନ ଚାଳିସା ପାଠ କରନ୍ତୁ ସବୁ ସମସ୍ୟାr ସମାଧାନ ହୋଇଯିବ ।

କନ୍ୟା

ଚାକିରୀ କରୁଥିବା ଲୋକମାନଙ୍କର ଆଜିର ଦିନ ଲାଭକାରୀ ରହିବ । କାର୍ଯ୍ୟ ସହ ଜଡିତ କୌଣସି ଖୁସି ଖବର ମିଳିବ । କ୍ୟାରିୟରକୁ ନେଇ କରିଥିବା ଯୋଜନାରେ ସଫଳ ହେବେ । ସମାଜରେ ମାନ ସମ୍ମାନ ବଢ଼ିବ । ସାମାଜିକ କାର୍ଯ୍ୟ ତଥା ସେବ ଧର୍ମରେ ମନ ନିବେଶ କରିବେ । କାରୋବାର ଭଲ ଚାଲିବା ସହ ଧନ ମିଳିବାର ସ୍ଥିତି ଆସିବ । ଅନାବଶ୍ୟକ ଧନକୁ ନେଇ ସମସ୍ୟା ଉତ୍ପନ୍ନ ହୋଇପାରେ । ମନ୍ଦିରରେ ଅତର ଦାନ କରନ୍ତୁ ସବୁ ଶୁଭ ଫଳ ମିଳିବ ।

ତୁଳା

ଆଜି ଦିନଟି ଆପଣଙ୍କର ମିଳାମିଶା ରହିବ । କାରୋବାର ସମ୍ବନ୍ଧିତ ଯାତ୍ରା କରିପାରନ୍ତି । ଵୈଦିକ କାର୍ଯ୍ୟ ତଥା ସାହିତ୍ୟ ଲିଖନ ପ୍ରବୃତିରେ ଆଜି ସମୟ ଅନୁକୂଳ ଅଛି । ପରିବାରରେ ଶାନ୍ତି ରହିବା ସହ ବୁଲିବାକୁ ଯାଇ ପରନ୍ତି । ବ୍ୟବସାୟିକ କ୍ଷେତ୍ର ପାଇଁ ସମୟ ପ୍ରତିକୂଳ ରହିବ । କଠିନ ପରିଶ୍ରମ ଦ୍ୱାରା କର୍ଯ୍ୟରେ ସଫଳତା ମିଳିବ । ଅଯଥା ବିବାଦରେ ପଡନ୍ତୁ ନାହିଁ । କୌଣସି ପାରିବାରିକ ସମସ୍ୟା ଦେଖା ଯାଇପାରେ । ମାତା ପିତାଙ୍କ ସହ ସମ୍ପର୍କ ଖରାପ ହୋଇପାରେ । କୁକୁରକୁ ବିସ୍କୁଟ ଦିଅନ୍ତୁ ସବୁ ସମସ୍ୟାସର ସମାସଧାନ ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କ ଦିନ ଭଲରେ ଯିବ ଆପଣ ମାତା ପିତାଙ୍କ ସହ ଧାର୍ମିକ ସ୍ଥାନକୁ ଯାଇପରନ୍ତି । ଘରକୁ ସମ୍ପର୍କୀୟଙ୍କ ଆଗମନରେ ପରିବାରରେ ଖୁସିର ପରିବେଶ ରହିବ । ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ମିତ୍ରଙ୍କ ସହଯୋଗରୁ ଭଲ ସଫଳତା ମିଳିବ । ଆପଣଙ୍କୁ ବାହାର କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟିକ ଗତିବିଧିରେ ଆର୍ଥିକ ଲାଭ ମିଳିବ । ଆପଣ ନିଜ ପ୍ରୟାସରେ ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି ବିବାଦର ସମାଧାନ ହୋଇଯିବ । କୌଣସି କାର୍ଯ୍ୟକୁ ନେଇ କ୍ଳାନ୍ତ ଅନୁଭଵ କରିବେ । ସୁର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । କୌଣସି ଘରୋଇ ସମସ୍ୟାର ସମାଧାନ ହୋଇଯିବ । ପ୍ରେମ ସମ୍ପର୍କ ଭଲ ରହିବ । ବୁଲିବାକୁ ଯାଇପରନ୍ତି । ଜମି, ଘର, ବାହାନ ଆଦି କିଣିବାର ଯୋଗ ଅଛି । ପ୍ରଥମରୁ ଆପଣଙ୍କୁ ସମସ୍ୟା ଆସିପାରେ କିନ୍ତୁ ଧୀରେ ଧୀରେ ଏହା ସମାପ୍ତ ହୋଇଯିବ । ଅନାଵଶ୍ୟକ ଘରୋଇ ବିବାଦ ତଥା ଅଚଳ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ମାତା ପିତାଙ୍କ ସହଯୋଗ ପାଇବେ ଏହା ସହିତ ଜୀବନରେ ବି ସଫଳତା ପାଇବେ । ଗଣେଶଙ୍କୁ ଦୁବ ପ୍ରଦାନ କରନ୍ତୁ ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ମକର

ଆଜି ଆପଣଙ୍କ ଦିନ କାଲୀ ଅପେକ୍ଷା ବହୁତ ଭଲ ରହିବ । ଆପଣ ନିଜ ସାମର୍ଥ୍ୟକୁ କୌଣସି ଭଲ କାମରେ ଲଗାଇବେ । ସରକାରୀ କର୍ମଚାରୀଙ୍କୁ ଭଲ ଲାଭ ମିଳିବ ତଥା ପଦ ପଦବୀରେ ପଦୋନ୍ନତି ମିଳିପାରେ । ଧନ ସମ୍ପତ୍ତି ମିଳିବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ କାମର ଚାପ ରହିବ କିନ୍ତୁ ପରିଶ୍ରମ ଦ୍ୱାରା ସେଥିରେ ସଫଳତା ମିଳିବ । ନିଜ ବ୍ୟବସାୟକୁ ବିସ୍ତାର କରିବେ କିନ୍ତୁ କୌଣସି ନୂଆ ବ୍ୟବସାୟ କରନ୍ତୁ ନାହିଁ । ନିଜର ଆଳସ୍ୟ ଯୋଗୁଁ କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହୋଇପାରେ । ଏଥିରେ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ସେଥିପାଇଁ ଆଳସ୍ୟ କରନ୍ତୁ ନାହିଁ । ମନ୍ଦିରରେ ଘିଅର ଦୀପ ଲଗାନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

କୁମ୍ଭ

ଆଜି ଆପଣଙ୍କ ଦିନଟି ଖୁସିରେ ବିତିବ । ଆଜି ଘରେ କୌଣସି ମଙ୍ଗଳମୟ କାର୍ଯ୍ୟ ହୋଇପାରେ । ଛାତ୍ରଙ୍କୁ ସଫଳତା ମିଳିବ । ଜୀବନ କାଳରେ କିଛି ଭଲ ଉପଲବ୍ଧି ପାଇବା ପାଇଁ ଇଚ୍ଛା କରିବେ । ବ୍ୟବସାୟରେ ଭଲ ଲାଭ ମିଳିବା ଦ୍ୱାରା ଆର୍ଥିକ ସ୍ଥିତି ଦୃଢ ହେବ । କିନ୍ତୁ ଅଯଥା ଖର୍ଚ୍ଚ ବଢିବାରୁ ଆର୍ଥିକ ସମସ୍ୟା ଦେଖାଯାଇପାରେ । ଘରୋଇ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ସବୁ ପ୍ରକାର ସଫଳତା ପାଇବେ । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ମୀନ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଜୀବନ ସାଥୀଙ୍କ ପରାମର୍ଶ ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ଅଛି । ଏହା ସହିତ ଆପଣଙ୍କ ବୈବାହିକ ଜୀବନ ଖୁସିରେ କଟିବ । ଆପଣଙ୍କର ଭାବିବା ଓ ବୁଝିବା ଶକ୍ତି ଦ୍ୱାରା ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ ରହିବ । କିନ୍ତୁ ନିଜ ପ୍ରୟାସରେ ଏଥିରେ ସଫଳତା ମିଳିବ । ଉଚ୍ଚ ପଦାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ସନ୍ତାନ ପକ୍ଷରୁ ଖୁସି ମିଳିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ଓ ପରିବାରର ପରାମର୍ଶ ନେଇ କରନ୍ତୁ ସଫଳତା ମିଳିବ । ପକ୍ଷୀକୁ ଦାନ ଦିଅନ୍ତୁ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।