ଆଜିର ରାଶିଫଳ, 11 ନଭେମ୍ବର 2020, ବୁଧବାର, ଗଣେଶଙ୍କ କୃପାରୁ ଏହି ୫ଟି ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ, ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ସବନ୍ଧିତ ସମସ୍ୟା ହୋଇପାରେ । ଅଫିସରେ ଅଧିକ କାମ ପାଇଁ ବ୍ୟସ୍ତ ରହିବା ଦ୍ଵାରା ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆପଣ କୌଣସି ପୁରୁଣା ପରିଚିତ ଲୋକଙ୍କ ସହିତ ହଠାତ ଦେଖା ହୋଇ ପାରନ୍ତି । ଘର ସହିତ ଗୁଣବତ୍ତା ସମୟ ଅତିବାହିତ କରିବାକୁ ସମୟ ମିଳିବ । ଅନ୍ୟ ଉପରେ ନରାଗୀ ବୁଦ୍ଧିର ସହିତ କାମ କରନ୍ତୁ । ଆଜିର ଦିନରେ ଆପଣ କାମରେ ବହୁତ ବ୍ୟସ୍ତ ରହିବେ ।

ବୃଷ

ଆଜି ରାଗ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ । ବ୍ୟବସାୟୀକ ଏବଂ ଆର୍ଥିକ ପ୍ରକଳ୍ପଗୁଡିକ ଉପଯୁକ୍ତ ମନୋଭାବ ଏବଂ କଠିନ ପରିଶ୍ରମ ଦ୍ଵାରା ପୂର୍ଣ ଏବଂ ସମ୍ପର୍ଣ ହେବ । ଆୟ ବ୍ୟୟ ସମାନ ହେବା ଦ୍ଵାରା ଆର୍ଥିକ ରାଶି ମାଧ୍ୟମ ଧରଣର ରହିବ । ସାଙ୍ଗ ମାନଙ୍କ ସାହାଯ୍ୟରେ ଆର୍ଥିକ ଅସୁବିଧାର ସମାଧାନ ହେବ । ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ଅଧିକ ସମ୍ପତ୍ତି ଥିବା ଲୋକ ଭଲ କରିବେ । ଆପଣ ନିଜ ପରିବାର ପାଇଁ ନିଜକୁ ଦୃଢ ଅନୁଭବ କରିବେ ।

ମିଥୁନ

ଆଜି ସାମାଜିକ କ୍ଷେତ୍ରରେ ମାନ ସଂମ୍ମାନ ବଢିବ । ଶାରୀରିକ ଖୁସି ମିଳିବ । ଯଦି ଆପଣ ପ୍ରତିଯୋଗୀତା ମାଧ୍ୟମରେ ଚାକିରି ଖୋଜୁଛନ୍ତି ତାହେଲେ କଠିନ ପରିଶ୍ରମ କରନ୍ତୁ କାରଣ ସଫଳତା ଆପଣଙ୍କ ଠାରୁ କମ ଦୂରରେ ଅଛି । ଲକ୍ଷକୁ ଧ୍ୟାନରେ ରଖି କାମ କରନ୍ତୁ, ସଫଳତା ନିହାତି ମିଳିବ । ପୀଡା ଏବଂ ଚିନ୍ତା ମୁକ୍ତ ହେବେ । ଜୀବନରେ ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବ ।

କର୍କଟ

ଆଜି ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସାଥ ମିଳିବା ଦ୍ଵାରା ମନ ଖୁସି ରହିବ, ମାଙ୍ଗଳିକ ଏବଂ ସାଂସ୍କୃତିକ କାମରେ ଆୟୋଜିତ ହେବେ । ଅଫିସିଆଲ କାମରେ ଉଚିତ ଫଳ ମିଳିବ । ଆପଣ ନୂତନ ସ୍ଥାନ ଦେଖିବାକୁ, ନୂତନ ଚିନ୍ତାଧାରା ଶୁଣିବାକୁ ଏବଂ ଆକର୍ଷଣୀୟ ଲୋକଙ୍କ ସହ କଥାବାର୍ତା କରିବାକୁ ଚାହିଁବେ । ଛାତ୍ର ମାନେ ନିଜର ଶିକ୍ଷା ପ୍ରଦର୍ଶନ ଦ୍ଵାରା ପରିବାରକୁ ଗୌରବବିତ୍ତ କରିବେ । ଆଜିର ଦିନ ଆର୍ଥିକ ସ୍ତରରେ ଏକ ଅନୁକୂଳ ଦିନ ହେବ କାରଣ ଆପଣଙ୍କୁ ଆପଣଙ୍କର ଅଟକି ଥିବା ଧନ ମିଳିପାରେ ।

ସିଂହ

ଆଜି ଆପଣ ଆପଣଙ୍କ କାମ ପାଇଁ କୌଣସି ଯାତ୍ରା କରି ପାରନ୍ତି । ଏମିତି ହୋଇ ପାରେ କି ଏହି ଯାତ୍ରା ଆପଣ ଆପଣଙ୍କ ସାଙ୍ଗଙ୍କ ସହିତ କରିବେ । ଆପଣ ନିଜ ବ୍ୟବସାୟରେ କିଛି ପରିବର୍ତ୍ତନ କରିବା ପାଇଁ ବିଚାର କରି ପାରନ୍ତି, ଆପଣ ଆପନ୍ନକ ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରି ପାରନ୍ତି । ଆପଣଙ୍କର ଭବିଷ୍ୟତ ଜୀବନ ପାଇଁ ଏକ ଦୃଢ ମୂଳଦୁଆ ପକାଇବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ସାହାସ ଏବଂ ଧର୍ଯ୍ୟରେ ବୃଦ୍ଧି ହେବ ।

କନ୍ୟା

ଆଜି ଦିନର ଅଧିକ ସମୟ କିଣାକିଣି ଏବଂ ଅନ୍ୟ ଗତିବିଧିରେ ଯିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ମାଧ୍ୟମ ପରିଣାମ ଦେବ । ଆଜି ଖାଇବା ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ନିଜର ଖୁସିକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିବା ଦ୍ଵାରା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ମାଧ୍ୟମ ଧରଣର ରହିବ । କିନ୍ତୁ ବୃଦ୍ଧା ଏବଂ ପିଲାମାନେ ଆପଣଙ୍କ ପାଖରୁ ଅଧିକ ସମୟ ଦାବି କରିବେ । ଆପଣଙ୍କ ସାଥୀଙ୍କୁ ଭାବପ୍ରବଣ ଭାବରେ ବ୍ଲାକମେଲ କରନ୍ତୁ ନାହିଁ ।

ତୁଳା

ଆଜିର ଦିନ ଖୁସି ଏବଂ ଲାଭକାରୀ ରହିବ । ବ୍ୟବସାୟ ଏବଂ ବେପାର କ୍ଷେତ୍ରରେ ଲାଭର ଯୋଗ ଅଛି । ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଟିକେ ଚିନ୍ତିତି ହୋଇ ପାରନ୍ତି । ପରିବାର ସଦସ୍ୟଙ୍କ ସହଯୋଗ ଆପଣଙ୍କୁ ମିଳିବ । ବହୁତ ଦିନ ଧରି ଚାଲି ଆସୁଥିବା ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ । କୋର୍ଟ କଚେରୀ ମାମଲାରେ ଆପଣ ଆଜି ଦିନରେ ବହୁତ ଚିନ୍ତିତି ରହି ପାରନ୍ତି । ବିଶ୍ଵାସର ସହିତ ଆପଣ ସବୁ କାମ କରନ୍ତୁ ତାହେଲେ ଆପଣ ସଫଳ ହୋଇ ପାରିବେ ।

ବିଛା

ଆପଣଙ୍କ ପ୍ରିୟ ଆଜି ରୋମାଣ୍ଟିକ ମନରେ ରହିବେ । ଯାହା ବି କିଛି ହେଉ ଆପଣଙ୍କ ଯାତ୍ରା ସଫଳ ରହିବ । ଆପଣଙ୍କର ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ । ଆପଣଙ୍କ ସମୟ ମଧ୍ୟ ଆପଣଙ୍କ ସହିତ ରହିବ । କଠିନ କାମ ମଧ୍ୟ ସହଜରେ ହେବାର ସମ୍ଭାବନା ଅଛି । ଆଜି ଦିନରେ ଆପଣ ବିଶ୍ରାମ କରନ୍ତୁ । ଆଗାମୀ ସମୟରେ ମଧ୍ୟ ଆପଣଙ୍କୁ ନୂଆ ଦାୟିତ୍ଵ ଦିଆଯାଇ ପାରେ । ଆପଣ ନେଇ ଥିବା ସବୁ ନିଷ୍ପତ୍ତି ଠିକ ପ୍ରମାଣିତ ହେବ । ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ।

ଧନୁ

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବ୍ଯବଧାନ ଆସିବ । ଆପଣ ନିଜ ମନୋଭାବରେ ପରିବର୍ତ୍ତନ କରନ୍ତୁ ନିଶ୍ଚିନ୍ତ ଭଲ ଫଳ ପାଇବେ । ଆପଣ ସକାରାତ୍ମକ ଭାବନାର ସହିତ କାମ କରନ୍ତୁ । କାରୋବାରରେ ସମସ୍ୟା ଦେଖାଦେବ । ଆପଣଙ୍କୁ ଆପଣଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଚିନ୍ତା ହୋଇପାରେ । ଆପଣଙ୍କ ଦାୟିତ୍ଵ ପ୍ରତି ଆପଣ ସଚେତନ ରୁହନ୍ତୁ । ବିବାଦ ଶେଷ ହେବା ଦ୍ଵାରା ଶାନ୍ତି ଏବଂ ଖୁସି ବଢିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଭାର ଅଧିକ ହେବାର ସମ୍ଭାବନା ଅଛି । ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି ।

ମକର

ଆଜି ଜୀବନସାଥୀଙ୍କ ସହିତ ଏକ ଆରାମଦାୟୀ ଦିନ ଅତିବାହିତ ହେବ । ଗୁରୁତ୍ଵପୂର୍ଣ ଲୋକଙ୍କ ସହିତ କଥା ହେବା ସମୟରେ ନିଜର କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସକାରାତ୍ମକ ପରିଣାମ କିଛି ଲୋକଙ୍କୁ ମିଳିପାରେ । ଜୀବନସାଥୀଙ୍କ ପ୍ରତି ଭଲ ପାଇବା ବଢିବ । ପୁରୁଣା ସାଙ୍ଗ ମାନଙ୍କ ସହିତ ଦେଖା ହୋଇ ଆପଣ ବହୁତ ଖୁସି ହେବେ । ଆର୍ଥିକ ଏବଂ ବେପାର ମାମଲାକୁ ସୁଧାରିବାର ଚେଷ୍ଟା ସଫଳ ହେବ । ରାଜନୈତିକ ବ୍ୟକ୍ତି ମାନଙ୍କ ଠାରୁ କିଛି ଲାଭର ଆଶା ରହିବ ।

କୁମ୍ଭ

ଆଜି ଆପଣ ପରିବାର ସହିତ କଠୋର ବ୍ୟବହାର କରନ୍ତୁ ନାହିଁ । ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରିପାରେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ । ଆପଣ ନିଜର ଦୃଷ୍ଟିକୋଣ ଦ୍ଵାରା ଆର୍ଥିକ ଲାଭ ଅର୍ଜିତ କରିବା ପାଇଁ ନୂଆ ସ୍ରୋତ ଖୋଜି ପାଇବେ । ପ୍ରେମ ଜୀବନରେ ଆପଣଙ୍କୁ ବାଧାର ସାମନା କରିବାକୁ ପଡିପାରେ । ଆପଣ ମାନକ ମଧ୍ୟରୁ କିଛି ଲୋକଙ୍କୁ ଆଇନ ସମସ୍ୟାରୁ ମୁକ୍ତି ମିଳିପାରେ । ବ୍ୟବସାୟରେ ବହୁତ କ୍ଷତି ଆପଣଙ୍କ ରାସ୍ତାରେ ଆସିପାରେ ବିଶେଷ କରି ମିଳିତ ବେପାରରେ ।

ମୀନ

ଆଜି ଦିନରେ ଆର୍ଥିକ ସ୍ତରରେ ସୁଧାର ଆସିବ । ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଭଲ ଭାବରେ ଭାବନ୍ତୁ । ଆପଣ ନିଜର ଗୋପନୀୟ କଥା କାହା ଆଗରେ କୁହନ୍ତୁ ନାହିଁ । ଆପଣଙ୍କ କାମରେ ଏକ ବୃଦ୍ଧି ଦେଖାଦେବାକୁ ଯାଉଛି ଆପଣଙ୍କ ଯୋଗ୍ୟତା, ସୃଜନଶୀଳତା ଏବଂ ପ୍ରତିଭା କାରଣରୁ ଆପଣଙ୍କୁ ଆପଣଙ୍କ ଚେଷ୍ଟା ପାଇଁ ପୁରସ୍କୃତ କରାଯିବ । କୌଣସି ଗୁରୁତ୍ଵପୂର୍ଣ ବିଷୟ ଉପରେ ଆଲୋଚନା କରିବା ସମ୍ଭବ । ସନ୍ତାନ ମାନଙ୍କ ବିବାହ ସବନ୍ଧିତ ସମସ୍ୟା ଦୂର ହୋଇଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।