ଆଜିର ରାଶିଫଳ, 11 ଡିସେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ସୁଧୁରିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଲୋକମାନଙ୍କ ବିଚାରକୁ ଶୁଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିବେ । ସମ୍ପର୍କୀୟମାନଙ୍କ ଠାରୁ ଆଜି କିଛି ଖୁସି ଖବର ମିଳିପାରେ । ଆଜିର ଦିନଟି ଭଲ ରହିବ । ଯଦି କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ସେଥିରେ ସଫଳତା ପ୍ରାପ୍ତିର ଯୋଗ ଅଛି । ଅଟକିଥିବା ଧନ ନିଶ୍ଚୟ ଫେରି ପାଇବେ । ବ୍ୟପାର ବାଣିଜ୍ୟ ଭଲ ଚାଲିବ ଓ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଆପଣ କିଛି ଦାନ କରିଲେ ମନରେ ବହୁତ ଶାନ୍ତି ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆପଣଙ୍କ ପାଇଁ ଧର୍ଯ୍ୟ ରଖିବାର ଆବଶ୍ୟକତା ଅଛି ।

ବୃଷ

ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ଆଜି ଆପଣ ଅଧିକ ଖର୍ଚାନ୍ତ ହୋଇପାରନ୍ତି । ପ୍ରେମ ସମ୍ପର୍କରେ ମଧୁରତା ଆସିପାରେ । ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ । କାର୍ଯ୍ୟଲୟରେ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଜୀବନରେ ବହୁତ ଆଗକୁ ବଢିବାରେ ସୁଯୋଗ ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।

ମିଥୁନ

ଆଜିର ଦିନଟି ବହୁତ ଭଲ ରହିବ । ଶୁଭ ସମାଚାର ମିଳିବାର ଯୋଗ ଅଛି । ପୁରୁଣା ମିତ୍ରଙ୍କ ସହିତ ଦେଖା ହୋଇପାରେ । ଯାହା ଦ୍ଵାରା ଭବିଷ୍ୟତରେ ବଡ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ମିଳିପାରେ । ଆର୍ଥିକ ଲାଭର ଯୋଗ ଅଛି । କିନ୍ତୁ ପରିବାର ପାଇଁ ଅଧିକ ଖର୍ଚାନ୍ତ ହୋଇପାରେ । ବ୍ୟବସାୟରେ ବିଚାର ବିମର୍ଶ ଦ୍ଵାରା ଯୋଜନା ବନାନ୍ତୁ ଯାହା ଲାଭକାରୀ ସିଦ୍ଧ ହେବ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ପାରିବାରିକ କ୍ଲେଶରୁ ନିଜକୁ ବଞ୍ଚାନ୍ତୁ । ମନକୁ ଶାନ୍ତ ରଖନ୍ତୁ ଓ ଭଗବାନଙ୍କୁ ସ୍ମରଣ କରନ୍ତୁ ।

କର୍କଟ

ମା ବାପାଙ୍କର ଆଦେଶ ମାନି ସବୁ କାର୍ଯ୍ୟ କରୁନ୍ତୁ । ନିଶ୍ଚୟ ଆପଣଙ୍କୁ ସଫଳତା ମିଳିପାରେ । ଆଜି ଭାବିଥିବା ସମସ୍ତ କାର୍ଯ୍ୟ ଠିକ ଠାକ ହୋଇଯିବ । ଆଜି ଆପଣ ଖୁସିରେ ରହିବ । ଅବିବାହିତମାନେ ବିବାହ କରିଇପାରନ୍ତି । ଆଜି ଆପଣ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । କୌଣସି କ୍ଷେତ୍ରରେ ନିବେଶରେ ଲାଭ ମିଳିବ । କୌଣସି ସମ୍ପର୍କୀୟଙ୍କ ସହ କିଛି ମନ ମାଳିନ୍ୟ ହୋଇପାରେ । ଚାକିରି ଓ ବ୍ୟବସାୟରେ ଲାଭ ମିଳିବ । ଦମ୍ପତ୍ୟ ଜୀବନ ଓ ବାହନ ସୁଖ ଉତ୍ତମ ମିଳିବ ।

ସିଂହ

ଆଜି ପରିବାରଙ୍କ ଠାରୁ ବହୁତ ସାହାଯ୍ୟ ମିଳିପାରେ । ଅଧା ରହିଥିବା କାର୍ଯ୍ୟ ପୂର୍ଣ ହେବ । ବ୍ୟବସାୟ କିମ୍ବା ଚାକିରିରେ ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ ନୂଆ ଯୋଜନା କରି ପାରନ୍ତି । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ମିଳିବ । ପୁରୁଣା କାର୍ଯ୍ୟ ପୁରା ହେବାର ସମ୍ଭାବନା ଅଛି । ପଦୋନ୍ନତି ହେବା ସହ ଆର୍ଥିକ ଲାଭ ହୋଇପାରେ । ଗୃହସ୍ତ ଜୀବନରେ ଆପଣଙ୍କ ଦାୟିତ୍ଵ ବଢିପାରେ । ମନ ପ୍ରସନ୍ନ ରହିବ ।

କନ୍ୟା

ଏହି ରାଶିର ବିଦ୍ୟାର୍ଥୀମାନଙ୍କର ଦିନଟି ବହୁତ ଭଲ ରହିବ । ସକାରାତ୍ମକ ବିଚାର ରଖନ୍ତୁ ଯାହା ଦ୍ଵାରା ଆପଣଙ୍କର ମନରେ ଆତ୍ମବିଶ୍ଵାସ ବଢିବ । ଆଜି ଆପଣ ଭାଗ୍ୟଶାଳି ରହିବେ । ଅଚାନକ କିଛି ନିବେଶ କରିପାରନ୍ତି । ବ୍ୟବସାୟ ମଧ୍ୟମ ଧରଣର ଚାଲିବ । ଦୁଖର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ । ଯାହା ଦ୍ଵାରା କ୍ଳାନ୍ତ ଅନୁଭବ କରିପାରନ୍ତି । ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାହାର ଖାଇବା ପିଇବା ପ୍ରତି ସାବଧାନ ରୁହନ୍ତୁ । ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ ।

ତୁଳା

ଅଫିସରେ ସିନିୟରମାନଙ୍କର ସାହାର୍ଯ୍ୟ ଦ୍ଵାରା ଅଟକିଥିବା କାମ ପୁରା ହୋଇଯିବ । ସମ୍ପର୍କୀୟମାନେ ଘରକୁ ଆସିବା ଦ୍ଵାରା ଖୁସିର ପରିବେଶ ରହିବ । ପରିବାର ସହିତ ଧାର୍ମିକ ସ୍ଥାନଙ୍କୁ ଯାତ୍ରା କରିପାରନ୍ତି । ନୂଆ ନୂଆ ବସ୍ତ୍ର ଆଭୁଷଣ କ୍ରୟ କରିବେ । ଦାମ୍ପତ୍ୟ ଜୀବନ ଓ ବାହନ ସୁଖ ମିଳିବ । ବ୍ୟବସାୟରେ ଛୋଟୋ ଛୋଟୋ ଚିନ୍ତା ଆସିପାରେ । କିନ୍ତୁ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ ଓ ଧନ ଲାଭ ମଧ୍ୟ ହେବ । ଅନାବଶ୍ୟକ ଖର୍ଚ ଅଧିକ ହେବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ରହିପାରେ । ନିଜ କ୍ରୋଧ ଉପରେ ସଂଯମତା ରଖନ୍ତୁ ।

ବିଚ୍ଛା

ଆପଣଙ୍କର ଅଟକିଥିବା ଟଙ୍କା ଫେରିପାଇବେ । ଆପଣ ନୂଆ କାମ କରିବା ପାଇଁ ଚିନ୍ତା କରିପାରନ୍ତି । ଯାହା ଦ୍ଵାରା ଧନ ଲାଭର ଅବସର ମିଳିବ । ଦୂର ସମ୍ପର୍କୀୟମାନଙ୍କ ଠାରୁ ଆକସ୍ମିକ ଭଲ ଖବର ମିଳିପାରେ ଯାହାକି ପରିବାରେ ଖୁସି ଦେଇପାରେ । ପାରିବାରିକ ସୁଖ ଶାନ୍ତି ରହିବ । ସରକାରୀ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ ରହିପାରେ । କିନ୍ତୁ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ ଭାର ଅଧିକ ରହିବ ଓ କ୍ଳାନ୍ତ ଅନୁଭବ କରିପାରନ୍ତି । ଟଙ୍କା ସାବଧାନ ନିଅନ୍ତୁ ।

ଧନୁ

ପରିବାର ସଦସ୍ୟଙ୍କ ସହିତ କିଛି ସମୟ ବିତାନ୍ତୁ । ଯାହା ଦ୍ଵାରା ବୁଝାମଣା ଠିକ ରହିବ । ଅଫିସରେ ସହକ୍ରମୀଙ୍କ ସହ ବନ୍ଧୁଆତା କରିବେ । ମିତ୍ର ଓ ସ୍ନେହିଜନଙ୍କ ସହିତ ଆନନ୍ଦର ସମୟ ବ୍ୟତୀତ କରି ପାରନ୍ତି । ଯାତ୍ରାର ଯୋଗ ଅଛି । ଧନ ଲାଭ, ଉତ୍ତମ ଭୋଜନ ଓ ଉପହାର ମିଳିବା ଦ୍ଵାରା ଆପଣଙ୍କର ଆନନ୍ଦର ବୃଦ୍ଧି ହେବ । ବ୍ୟବସାୟ ବହୁତ ଭଲ ଚାଲିବ ଓ ଧନ ଲାଭର ସ୍ଥିତି ରହିବ କିନ୍ତୁ କାର୍ଯ୍ୟ ଭାର ଅଧିକ ରହିପାରେ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଆପଣଙ୍କ ପ୍ରତି ଖୁସି ରହିବା ଦ୍ଵାରା ପଦୋଉନ୍ନତି ହେବାର ସମ୍ଭାବନା ଅଛି ।

ମକର

ଏହି ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ପ୍ରେମ ସମ୍ପର୍କ ବହୁତ ଭଲ ଅଛି । ଆଜି ଆପଣ ଯେ କୌଣସି କାମକୁ ମନ ଲଗାଇ କରିବେ ସେହି କାମରେ ନିଶ୍ଚିତ ରୂପରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ଭଲ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ ।

କୁମ୍ଭ

ଏହି ରାଶିର ଛାତ୍ରମାନଙ୍କ ପାଇଁ ଦିନଟି ବହୁତ ମହତ୍ଵ ପୂର୍ଣ ଅଛି । ବ୍ୟବସାୟରେ ଅଟକିଥିବା ଟଙ୍କା ଫେରି ପାଇବେ । ଆଜି ପରିବାରରେ ଖୁସି ଓ ଆନନ୍ଦ ଲହରୀ ଖେଳିଯିବ । ଚାକିରିରେ ଆପଣଙ୍କର ପଦୋଉନ୍ନତି ହୋଇପାରେ । ଉଚ୍ଚ ପଦଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଯାତ୍ରାର ଯୋଗ ରହିଛି । ଆଜି ଝଗଡା କରୁଥିବା ବ୍ୟକ୍ତି ସହିତ ଦେଖା ହେଲେ ଆପଣଙ୍କର ମୁଡ ଖରାପ ହୋଇପାରେ । ସାବଧାନ ହୋଇ ରୁହନ୍ତୁ ।

ମୀନ

ଆପଣଙ୍କର ଟଙ୍କା କେଉଁଠି ଅଟକିପାରେ । ଜୀବନସାଥିଙ୍କୁ ନେଇ ହିଲ ଷ୍ଟେସନରେ ବୁଲିବାକୁ ଯାଇପାରନ୍ତି । ବଢୁଥିବା ଖର୍ଚ ଆପଣଙ୍କ ଚିନ୍ତାରେ ପକାଇପାରେ । ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିପାରନ୍ତି । ବ୍ୟପାର ବାଣିଜ୍ୟ ବହୁତ ଭଲ ଚାଲିବ ଓ ଆର୍ଥିକ ସ୍ଥିତି ମଜବୁତ ରହିବ । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ବିଦେଶରୁ କିଛି ଧନ ପ୍ରାପ୍ତିର ଯୋଗ ଅଛି । ବୁଝି ବିଚାରୀ କାର୍ଯ୍ୟରେ ନିବେଶ କରନ୍ତୁ । ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।