ଆଜିର ରାଶିଫଳ, 11 ଅଗଷ୍ଟ 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ପରିବାରରେ ସୁଖ ଓ ଧନ ବୁଦ୍ଧି ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ମାତା ପିତାଙ୍କ ସହିତ ମିଶି କେଉଁ ସ୍ଥାନକୁ ଯାଇ ପାରନ୍ତି । ଘରେ ନୂଆ ଅତିଥିଙ୍କ ଆଗମନର ସମ୍ଭାବନା ଅଛି । ଯାହା ଦ୍ଵାରା ପରିବାରର ଆନନ୍ଦର ଲହରୀ ଖେଳିଯିବ । ଜୀବନସାଥିଙ୍କ ସହିତ ସାମଞ୍ଜସ୍ୟ ସ୍ଥାପିତ ହେବ । ଆଜିର ଦିନ ଭଲ ରହିବ । କାରୋବାରରେ ଲାଭ ପ୍ରାପ୍ତିର ଯୋଗ ଅଛି । ସମାଜରେ ଆଜି ଆପଣ ଉତ୍ସାହର ସହିତ କାମ କରିବେ । ମାନସିକ ଶାନ୍ତି ପାଇଁ ଆପଣ ବିଶ୍ରାମ କରନ୍ତୁ । ପ୍ରେମ ସମ୍ବନ୍ଧକୁ ନେଇ ଆପଣଙ୍କ ଚିନ୍ତିତ ରହି ପାରନ୍ତି ।

ବୃଷ

ଆଜି ପରିବାରରେ ମଙ୍ଗଳମୟ କାର୍ଯ୍ୟକ୍ରମର ଆୟୋଜନ ହେବ । ଛାତ୍ରମାନଙ୍କୁ ଶିକ୍ଷକମାନଙ୍କ ପୁରା ସହଯୋଗ ମିଳିବ । କୌଣସି ବିଷୟରେ ଆସୁଥିବା ସମସ୍ୟା ଆଜି ସହଜରେ ସମଧାନ ହୋଇଯିବ । ଆଜିର ଦିନ ସେହିଭଳି ଖାସ ନ ହୋଇପାରେ । ଆର୍ଥିକ ଲାଭର ଯୋଗ ଅଛି । ବନ୍ଧୁମାନଙ୍କ ସହ ମନୋରଞ୍ଜନ କରିବେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହିବ । ଯାହା ଦ୍ଵାରା ପରିବାରରେ ଅନୁକୂଳ ପରିସ୍ଥିତି ରହିବ । ଅନାବଶ୍ୟକ ଖର୍ଚ କରିବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ ।

ମିଥୁନ

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତି ହେବ । ଜୀବନରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଚାନ୍ସ ମିଳିପାରେ । ଆଜିର ଦିନ ଭଲ ରହିବ । ପରିବାରରେ ସୁଖ ଓ ଧନ ବୁଦ୍ଧି ହେବ । ପୁରୁଣା ଲୋକମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଯାହା ଦ୍ଵାରା ବଡ ସଫଳତା ମିଳିପାରେ । କାରୋବାରରେ ନୂଆ ଯୋଜନା ଉପରେ କାମ ଆରମ୍ଭ ହୋଇପାରେ । କୌଣସି ଦୁର୍ଘଟଣା ବି ହୋଇପାରେ । ସେଥିପାଇଁ ଗାଡି ସାବଧାନ ହୋଇ ଚଲାନ୍ତୁ । କାର୍ଯ୍ୟ ସ୍ଥଳରେ କର୍ମଚାରୀମାନଙ୍କ କାରଣରୁ ସମସ୍ୟା ହୋଇପାରେ ।

କର୍କଟ

ଆଜି କାରୋବାର ସମ୍ବନ୍ଧିତ ଯାତ୍ରା କରି ପାରନ୍ତି । ଏହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । ଆଜି ଆପଣ ଘରେଲୁ କାମରେ ବି ବ୍ୟସ୍ତ ରହି ପାରନ୍ତି । ଆପଣଙ୍କ ସମସ୍ୟା ବଢିପାରେ । ଆଜିର ଦିନ ଶୁଭ ଫଳଦାୟୀ ହେବ । ପରିଜନ ଓ ବନ୍ଧୁମାନଙ୍କ ଭରପୁର ସହଯୋଗ ମିଳିବ । ସମାଜରେ ଯଶ, ମାନ ଓ ସମ୍ମାନରେ ଉନ୍ନତି ହେବ । କୌଣସି ବି ପ୍ରକାରର ଧାର୍ମିକ ଯାତ୍ରା କରି ପାରିବେ ନାହିଁ । କାରୋବାରରେ ଅବସ୍ଥା ଆଶାଜନକ ହେବ । ପରିବାରରେ ଖୁସିର ପରିବେଶ ରହିବ । ଆକସ୍ମିକ ଧନଲାଭ ହେବାର ଯୋଗ ଅଛି ।

ସିଂହ

ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ଅଚାନକ ଧନ ପ୍ରାପ୍ତି ହେବ । ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଶିକ୍ଷା କ୍ଷେତ୍ରରୁ ଶୁଭ ସମାଚାର ମିଳିବ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟି ଯିବ । ପରିବାରର କେତେକ ସମସ୍ୟାକୁ ନେଇ ମାନସିକ ପୀଡ଼ା ଅନୁଭବ କରିବେ । ଅବିବାହିତ ଯୁବକ ଯୁବତୀମାନଙ୍କ ବିବାହ ସ୍ଥିର ହେବ ।

କନ୍ୟା

ରାଜନୀତିରେ ଉଚ୍ଚ ପ୍ରଶଂସିତ ହେବେ । କାର୍ଯ୍ୟ କ୍ଷେତ୍ରରେ ସୁଖ – ଶାନ୍ତି ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ଓ ପରାକ୍ରମ ବଢିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । କାରୋବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । କର୍ମକ୍ଷେତ୍ରରେ ସଙ୍କଟ ପରିସ୍ଥିତିର ଅବସାନ ଘଟିବ । ସ୍ୱାସ୍ଥ୍ୟ ଠିକ ରହିବ । ମହିଳାମାନେ ନିଜର ବୁଦ୍ଧି, ବିବେକ ଦ୍ଵାରା ଗୃହର ସମସ୍ୟାକୁ ସମାଧାନ କରିବେ ।

ତୁଳା

ପାରିବାରିକ ସମସ୍ୟା ସୁଧୁରି ଯିବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ବରିଷ୍ଠ ବ୍ୟକ୍ତି ଓ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଭଲ ରହିବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ବାହନ କ୍ରୟ କରି ପାରନ୍ତି । ଚକ୍ଷୁ ପୀଡ଼ା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହେବ ।

ବିଚ୍ଛା

ସନ୍ତାନମାନଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ । ଦୂର ଯାତ୍ରାରେ ସଫଳତା ମିଳିବ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ । ବିଦ୍ୟାରେ ଉନ୍ନତି କରିବେ । ବିବେକ ବୁଦ୍ଧି ଦ୍ଵାରା କାମ କରିବେ । ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ ।

ଧନୁ

ନୂତନ କାର୍ଯ୍ୟ ଆରମ୍ଭ କଲେ ଆୟ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ଖଣ୍ଡନ କରିବେ । ମାନସିକ ସ୍ଥିରତା ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟ ତଥା ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବେ । ଆପଣଙ୍କ ନିକଟରୁ ସମ୍ପର୍କୀୟମାନେ ସହାୟତା ପାଇବେ । ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ । ବହୁତ ଦିନରୁ ଅଟକିଥିବା ବାକି ଟଙ୍କା ମିଳିବ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ ।

ମକର

ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ କିମ୍ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ମନୋବଳକୁ ବଢ଼େଇ ଦେବ । ବନ୍ଧୁ ମିତ୍ର ଓ ନିକଟ ସମ୍ପର୍କୀୟ ଆର୍ଥିକ ସାହାଯ୍ୟ କରିବେ । ବ୍ୟବସାୟରେ ଭାଗିଦାରମାନେ ସହ ମିଶି ବେପାର ବୃଦ୍ଧି କରିବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

କୁମ୍ଭ

ମନରେ ନକାରାତ୍ମକ ବିଚାର ହାବି ରହିବ । ଜୀବନକୁ ନେଇ କୌଣସି କଠୋର ନିଷ୍ପତି ନେଇ ପାରନ୍ତି । ଅଧ୍ୟୟନରେ ରୁଚି ବଢିବ । ମିତ୍ରାମାନଙ୍କ ସହ ସାକ୍ଷାତ ହେବ । ଆଜିର ଦିନ ପ୍ରତିଯୋଗିତାପୂର୍ଣ ରହିବ । ଧନ ଲାଭର ଅବସର ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ବିବାଦ ହୋଇପାରେ । ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ।

ମୀନ

ବାଦ ବିବାଦ ଠାରୁ ବଞ୍ଚାନ୍ତୁ । ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଲୋକମାନଙ୍କ ବ୍ୟବହାର ଆପଣଙ୍କ ପାଇଁ ନିରାଶାଜନକ ରହିବ । ପ୍ରେମ ସମ୍ବନ୍ଧକୁ ନେଇ ଚିନ୍ତା ଉତ୍ପନ୍ନ ହୋଇପାରେ । ଯଦି ଆପଣ ନିଜର ପ୍ରେମ ଜୀବନରେ ସମସ୍ୟା ଆସୁଛି ତେବେ ତାକୁ ସମଧାନ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣ ମନକୁ ଶାନ୍ତି ମିଳିବ । ସମାଜରେ ମାନ ସମ୍ମାନ ବଢିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।