ଆଜିର ରାଶିଫଳ, 10 ଫେବୃଆରୀ 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆର୍ଥିକ ସମସ୍ୟା ଆଗ ଅପେକ୍ଷା ଏବେ ବହୁତ ଭଲ ରହିବ । ଅଫିସରେ ଆଜି କାମ ବହୁତ ବଢିପାରେ । ଶାରୀରିକ ଚାପରେ ଆଜି ରହିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । ପାଠ ପଢୁଥିବା ପିଲା ମାନେ କୌଣସି ଏକ ଭଲ କାର୍ଯ୍ୟ କରିପାରନ୍ତି । ବ୍ୟବସାୟ ପାଇଁ ନୂଆ ରାସ୍ତା ମଧ୍ୟ ପିଟିବାର ସମ୍ଭାବନା ଅଛି । ସମାଜରେ ମାନ ସଂମ୍ମାନ ବଢିବ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଧନ ଲାଭ ହୋଇପାରେ କିନ୍ତୁ ଆଜି କୌଣସି ଏକ ବଡ ନିସ୍ପତି ନେବାକୁ ଯାଅନ୍ତୁ ନାହିଁ ।

ବୃଷ

ଆଜି କୌଣସି ଶୁଭ ଓ ଧାର୍ମିକ ସ୍ଥଳୀ ଜିନିଷରେ ସାହାର୍ଯ୍ୟ କରିପାରନ୍ତି । ଆପଣ ଆଜି କୌଣସି ଏକ ଭଲ କର୍ମ କରି ନିଜେ ବହୁତ ଶାନ୍ତି ଅନୁଭବ କରିବେ । ନିଜ ପରିବାରରେ ବହୁତ ଖୁସି ରହିବ । ଯଦି ଆପଣ କୌଣସି କମ୍ପୁଟର କ୍ଷେତ୍ରରେ କାମ କରୁଛନ୍ତି ତେବେ ଆଜି ସେହି କାର୍ଯ୍ୟ କ୍ଷେତ୍ରରେ କିଛି ବାଧା ଆସିପାରେ । ସବୁଠୁ ଭଲ ହେବ କି ଆପଣ ଯେଉଁ କାମ କରୁଛନ୍ତି ସେହି କାର୍ଯ୍ୟରେ ଆଉ କାହାକୁ ପୁରାନ୍ତୁ ନାହିଁ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଛୋଟ ପିଲାଙ୍କ ସହ ପାଟି ହୋଇପାରେ । ଆଜି କୌଣସି ଭୂମି ବିବାଦରୁ ବାଛିବାକୁ ଚେଷ୍ଟା କରନ୍ତୁ ।

ମିଥୁନ

ସାମାଜିକ କ୍ଷେତ୍ରରେ ଆଜି ଆପଣଙ୍କର ସଂମ୍ମାନ ବଢିବ । ଆଜି ଆପଣଙ୍କୁ ବହୁତ ବଡ ସଫଳତା ମିଳିପାରେ । ପୁରା ଦିନ ଆଜି ଘର ଲୋକଙ୍କ ସହିତ ଭଲରେ କଟିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିବ ଯେଉଁ କାର୍ଯ୍ୟ ଆଜି କରିବେ ସେଥିରେ ସଫଳତା ହାସଲ କରିବେ ଓ ଆର୍ଥିକ ସମସ୍ୟା ଦୂରେଇ ଜୀବ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ।

କର୍କଟ

ଘରେ ହେଉଥିବା କିଛି ଅସୁବିଧାରୁ ମୁକ୍ତି ପାଇବେ ବା ସେହି ସମସ୍ୟାରୁ ଦୂରେଇ ଯିବା ପାଇଁ ଆଜି କିଛି ନୂଆ ବାଟ ମିଳିଯିବ । ଜୀବନ ସାଥିକୁ ନେଇ ବାହାରକୁ ବୁଲିବାକୁ ଯାଇ ପାରନ୍ତି ଓ ତା ସହିତ ସୁସ୍ଵାଦୁ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ପାଠ ପଢା ପିଲା ମାନଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିବ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ । ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

ସିଂହ

କୌଣସି ବ୍ୟକ୍ତି ଯୋଗୁ ଆପଣ ବହୁତ ବଡ ଅସୁବିଧାରେ ପଡି ପାରନ୍ତି ତେଣୁ କରି ଆଜି ସାବଧାନ ହୋଇ ରୁହନ୍ତୁ । ଆପଣଙ୍କର ଭାଇ କିମ୍ବା ବାପାଙ୍କ ସହଯୋଗ ଫଳରେ ବ୍ୟବସାୟରେ ଲାଭ ହେବ ଓ କାର୍ଯ୍ୟରେ ବହୁତ ସହଜରେ ହୋଇଯିବ । ଆଜି ଆପଣ କୌଣସି ଏକ ଚିନ୍ତାରେ ରହିପାରନ୍ତି କିନ୍ତୁ ଜମା ଚିନ୍ତା କରନ୍ତୁ ନାହିଁ କିଛି ଦିନ ଭିତରେ ସେହି ସମସ୍ୟାକୁ ଆପଣ ନିଜେ ଦୂରେଇ ଦେଇ ପାରିବେ । ସନ୍ତାନ ସମସ୍ୟା ଯଦି ଅଛି ତେବେ ବହୁତ ଶୀଘ୍ର ଖୁସି ଖବର ପାଇବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ ।

କନ୍ୟା

ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । କୌଣସି ଭଲ କାର୍ଯ୍ୟରେ ଆଜି ଆପଣ ବାଧା ପାଇ ପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ଆଜି ଯଦି କୌଣସି ନୂଆ ଜିନିଷ ବା ନୂଆ ଚିନ୍ତାରେ କିଛି ଜିନିଷ କରିବାକୁ ଚହୁଁଛନ୍ତି ତେବେ ସେଥିରେ ନିଶ୍ଚୟ ସଫଳ ହେବେ ।

ତୁଳା

ଘରର କୌଣସି ସମସ୍ୟାକୁ ନେଇ ବହୁତ ଚିନ୍ତାରେ ରହିପାରନ୍ତି ଓ ଆପଣଙ୍କୁ ବହୁତ ଅସୁବିଧା ମଧ୍ୟ ହେବ । ଜୀବନ ସାଥିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ସାଙ୍ଗ ସାଥୀ କିମ୍ବା ପରିବାରର କୌଣସି ସଦସ୍ୟ ସାଙ୍ଗେ ମିଶି ବହୁତ୍ ମଜା ଉଠାଇ ପାରନ୍ତି । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ବିଚ୍ଛା

ଆଜି ଆପଣଙ୍କ ପରିବାରରେ ସମ୍ପର୍କ ମଜବୁତ ରହିବ । ଆଜି କମ ପରିଶ୍ରମ କରି ବହୁତ ଶୀଘ୍ର ସଫଳତା ହାସଲ ପାଇ ପାରିବେ । ନୂଆ ଯୋଜନାରେ ଆଜି ସଫଳତା ପାଇବେ । ସେହି କାର୍ଯ୍ୟରେ ଯଦି ମନ ଲଗାଇ କାମ କରିବେ ତେବେ ସେଥିରେ ଭଲ ଲାଭ କରିବେ । ଆଜି ନିଜର କୌଣସି ମହତ୍ୟ ବସ୍ତୁ ଜିନିଷ ଭାଙ୍ଗି ଯାଇପାରେ ବା ନଷ୍ଟ ହୋଇପାରେ । ଆଜି କୌଣସି ବଡ ପଦକ୍ଷେପ ନିଅନ୍ତୁ ନାହିଁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ସାଙ୍ଗ ମାନଙ୍କ ସହ କୌଣସି ଏକ କଥାକୁ ନେଇ ପାଟି ତୁଣ୍ଡ ହୋଇପାରେ ।

ଧନୁ

ଯେଉଁ କାର୍ଯ୍ୟ କରିବା ପାଇଁ ଆପଣ ଚାହୁଁଥିଲେ ସେହି କାର୍ଯ୍ୟ ଆଜି ଆପଣଙ୍କୁ ଖୁବ ଶୀଘ୍ର ମିଳିଯିବ ଓ ସେଥିରେ ଭଲ କାର୍ଯ୍ୟ କରିବା ପାଇଁ ନିଜର କେହି ଆପଣଙ୍କର ସାଥ ମଧ୍ୟ ଦେବେ । ଶାରିରୀକ ଓ ମାନସିକ ଚାପ ରହିବ । ନକରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଆଜି ପୁରା ଦିନ ମଜା ମଜଲିସରେ କଟିବ । ବ୍ୟବସାୟରେ ଭଲ ଲାଭ ହେବ । ପରିବାରରେ ସମସ୍ଥେ ଖୁସି ରହିବେ କିନ୍ତୁ ଧ୍ୟାନ ରଖିବେ କି ଆପଣଙ୍କର କଥା ଆଜି କାହାକୁ ଖରାପ ଲାଗିପାରେ । ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ହାସଲ କରିବେ ।

ମକର

ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ଓ ଭାଗ୍ୟ ପୁରା ସାଥ ଦେବ ।

ମୀନ

ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ୍ରେ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ନିଜ ସ୍ୱାସ୍ଥ୍ୟ ଉପରେ ଦ୍ଧାନ ଦିଅନ୍ତୁ କିଛି ଛୋଟ ସମସ୍ୟା ଦେଖା ଦେଇପାରେ ।ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।