ଆଜିର ରାଶିଫଳ, 1 ନଭେମ୍ବର 2020, ରବିବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ହେବ ଧନଲାଭ, ୩ଟି ରାଶିଙ୍କୁ ରହିବାକୁ ହେବ ସତର୍କ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ପରିବାରରେ ଭରପୁର ଖୁସି ରହିବ । ଆଜି ଆପଣଙ୍କର ପୁରୁଣା ମିତ୍ରମାନଙ୍କ ସହ ଭେଟ ହୋଇପାରେ । ଆଜି ଆପଣଙ୍କ କିଛି ସମସ୍ୟା ଦୂର ହେବାର ସମ୍ଭାବନା ଅଛି । ଆଜି ଆପଣ ସକାରତ୍ମକ ଊର୍ଜାରେ ଭରପୁର ରହିବେ । ବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ମଧୁର ବାଣୀ ଦ୍ଵାରା ବହୁତ ଲୋକ ପ୍ରଭାବିତ ହେବେ । ଜୀବନସାଥିର ପୁରା ସହୋଯୋଗ ମିଳିବା ସହ ଘର ପରିବାରରେ ସୁଖ ସମୃଦ୍ଧି ରହିବ । ଆଜି ଆପଣ ନିଜ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରିବେ ।

ବୃଷ

ଘର ଓ ନିଜ ମିତ୍ରମାନଙ୍କ ମଧ୍ୟରେ ନିଜ ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରନ୍ତୁ । ଆଜି ଆପଣ ଅଧିକ ଚିନ୍ତିତ ରହିବେ । ବ୍ୟାପାର ବର୍ଗର ଲୋକମାନଙ୍କ ପାଇଁ ଆଜିର ଦିନ ଖରାପ ରହି ପାରେ । କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ଦାମ୍ପତ୍ତିକ ଜୀବନ ସୁଖମୟ ରହିବା ସହିତ ଆପଣଙ୍କୁ ନିଜ ପତ୍ନୀର ପୁରା ସହାୟତା ମିଳିବ । ଆଜି ଆପଣଙ୍କୁ ପଦ ପ୍ରତିଷ୍ଠାର ଲାଭ ମିଳିବ । ରାଜ୍ୟରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ପ୍ରଭାବଶାଳି ଲୋକମାନଙ୍କ ସହ ଆପଣଙ୍କ ସମ୍ପର୍କ ବଢିବ ।

ମିଥୁନ

ଆପଣଙ୍କ ପ୍ରେମ ଜୀବନରେ ରୋମାନ୍ସ ଆସିବ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି ଆପଣ କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ଆଜି ଆପଣ ନିଜ ମଧୁର ବାଣୀରେ ଲୋକମାନଙ୍କ ମନ ଜିତିବେ । ଆପଣଙ୍କ ମନରେ କିଛି ଭଲ ବିଚାର ଆସିପାରେ । ଆଜି ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ଅତ୍ୟଧିକ ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କର୍କଟ

ଆଜି ଆପଣଙ୍କ ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ଆପଣ ନିଜ ପୁରୁଣା ମିତ୍ର ମାନଙ୍କ ସହ ସାକ୍ଷାତ କରିବେ । ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜନ ଭରା ରହିବ । ଶାରୀରିକ କଷ୍ଟ ମିଳିପାରେ । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ସଙ୍ଗୀତ ପ୍ରତି ଆପଣ ଆକର୍ଷଣ ବଢିବ । ଏଜୁକେସନରେ ଆପଣଙ୍କୁ ଭଲ ପରିଣାମ ମିଳିବ । ବହୁତ ବଡ ଯୋଜନା ଓ ବିଚାର ଆଡକୁ ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହେବ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି, ତେବେ ଭଲ ଭାବରେ ଭାବିଚିନ୍ତି ନିବେଶ କରନ୍ତୁ । ଆଜି ଆପଣଙ୍କୁ ନିଜ ଅଧୁରା କାମ ପୂରଣ କରିବା ପାଇଁ ବହୁତ ଚାନ୍ସ ମିଳିବ ।

ସିଂହ

ଆପଣଙ୍କର କିଛି ଜଟିଳ ସମସ୍ୟା ମଧ୍ୟ ଆଜି ଦୂର ହେବାର ସମ୍ଭାବନା ଅଛି । ପରିବାରରେ ସୁଖ ଶାନ୍ତି ରହିବ । ଭାଇ ମାନଙ୍କ ସହାୟତାରେ ବ୍ୟପାରକୁ ବିସ୍ତାର କରିପାରନ୍ତି । ମାତା ଓ ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବା । ଏହା ସହିତ ଆପଣଙ୍କୁ ନିଜ ଜୀବନସାଥିର ପୁରା ସହଯୋଗ ମିଳିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ପାଠ ପଢାରେ ମନ ଲାଗିବ । ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ଲାଭ ପ୍ରାପ୍ତି ହେବ । ଖରାପ ଖାଦ୍ୟ ସେବନ କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କନ୍ୟା

ଜମି ବାଡି ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀ ମାନଙ୍କ ଦ୍ଵାରା ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ସତର୍କ ରୁହନ୍ତୁ । ଆଜି ଆପଣ ବ୍ୟପାର ପାଇଁ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ । ଆଜି ଆପଣଙ୍କ ସହିତ କାହାର ବାଦ ବିବାଦ ହୋଇପାରେ, । ସେଥିପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଝଗଡା ଆଦିରେ ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ, ଓଲଟା ଆପଣଙ୍କର ସମସ୍ୟା ବଢିବ । ସେଥିପାଇଁ ଝଗଡା କରନ୍ତୁ ନାହିଁ ।

ତୁଳା

ଆଜି ସତର୍କ ରୁହନ୍ତୁ । ଆଜି ଆପଣ ଖୁସି ଅନୁଭବ କରିବେ । ଜମି ବାଡି ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣଙ୍କ ମାନସିକ ଚିନ୍ତା ଦୂର ହେବ ଓ ଆପଣଙ୍କ କୌଣସି ଅଧୁରା କାର୍ଯ୍ୟ ପୂରଣ ହୋଇପାରେ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆଜି ଆପଣ ସୁସ୍ଥ ଅନୁଭବ କରିବେ । ଆଜି ଆପଣଙ୍କୁ ନିଜ ଲକ୍ଷ ହାସଲ କରିବା ପାଇଁ ବହୁତ ଚାନ୍ସ ମିଳିବ । ଆପଣ ନିଜର ସମସ୍ତ ସମସ୍ୟାକୁ ଦୂର କରିପାରିବେ ।

ବିଚ୍ଛା

ମିତ୍ରମାନଙ୍କ ସାହାର୍ଯ୍ୟରେ ଆପଣଙ୍କୁ ବ୍ୟପାରରେ ଲାଭ ମିଳିବ । ଆପଣ କୌଣସି ସ୍ଥାନରେ ନିବେଶ କରିବା ଠାରୁ ବଞ୍ଚନ୍ତୁ । ଆପଣଙ୍କ ଦାମ୍ପତ୍ତିକ ଜୀବନ ସୁଖମୟ ରହିବା ସହିତ ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଆଜି ବହୁତ ଭଲ ରହିବ । ଶାରୀରିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରିବେ । ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ଅଛି । ଆଜି ଆପଣ ନିଜ ମିତ୍ରମାନଙ୍କ ସହ ଭେଟ ହୋଇପାରେ ।

ଧନୁ

ଆଜି ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଆପଣ ପରିଜନମାନଙ୍କ ସହ କିଛି ମୂଲ୍ୟବାନ ସମୟ ଅତିବାହିତ କରିବେ । ଆଜି ଦିନର ଆରମ୍ଭ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କୁ ନିଜର ସହଯୋଗୀମାନଙ୍କ ଠାରୁ ପୁରା ସହଯୋଗ ମିଳିବ । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ଆତ୍ମବିଶ୍ଵାସ ଭରପୁର ରହିବ । କୌଣସି ଭୁଲ ନିଷ୍ପତି ନିଅନ୍ତୁ ନାହିଁ । ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ । ପିତା ମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

ମକର

ପ୍ରତିଯୋଗିତା ପରୀକ୍ଷାରେ ଶୁଭଫଳ ମିଳିବ । ଆପଣଙ୍କ ପ୍ରିୟ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆର୍ଥିକ ସ୍ଥିତି ଭଲ ରହିବ।  କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେବେ । ସମସ୍ତ କାର୍ଯ୍ୟ ଆଶା ଅନୁସାରେ ପୁରା ହୋଇଯିବ । ସମ୍ପର୍କୀୟଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ଅନୁଭେବ କରିବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ।

କୁମ୍ଭ

ପ୍ରତିଷ୍ଠା, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ଅସହାୟଙ୍କର ସେବା କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟରେ ଉନ୍ନତି କରିବେ । ମହିଳାମାନେ ସଭା ସମିତି ଓ ସମାଜିକ କାର୍ଯ୍ୟ ଯୋଗେ ଆତ୍ମୀୟମାନଙ୍କ ସାହାଯ୍ୟ ନେବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଶତୃମାନେ ଯେତେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ ।

ମୀନ

ଆନୁଷ୍ଠାନିକ କାମରେ ପରିସଶ୍ରମ ବଢ଼ିଯିବ କିନ୍ତୁ ପ୍ରଶଂସା ପାଇବେ । ଛାତ୍ରୀମାନେ ଯାତ୍ରାରେ ଶୁଭଫଳ ପାଇବେ । ଆଜି ଖୁସିରେ ରହିବେ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ହୋଇପାରେ । ଆଜି ଆପଣ ବାହନ ଚାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ମାନସିକ ଚିନ୍ତା ବହୁତ ଶୀଘ୍ର ଦୂର ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଏହା ସହିତ ଆପଣଙ୍କୁ ନିଜ ଜୀବନସାଥିର ପୁରା ସହଯୋଗ ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।