ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ? ୯ ଜାନୁୟାରୀ, ୨୦୧୮

ଆଜିର ରାଶିଫଳ: ୯ ଜାନୁୟାରୀ, ୨୦୧୮

ମେଷ-

ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ ।

ବୃଷ-

ଆଜି କାଲି ଅଧ୍ୟୟନସମୟ ଦୀର୍ଘ ହୋଇଥିବାରୁ ପିଲାମାନେ ପାଠପଢାପ୍ରତି ଏକ ବିରକ୍ତି ଭାବ ଆସିପାରେ କିନ୍ତୁ ଏସବୁମଧ୍ୟରେ ସମତୁଲତାର ସହ ସାମାଜିକ ଏବଂ ବୈଧିକ ଜୀବନକୁ ବିକାଶ କରନ୍ତୁ ଓ ଅନ୍ୟାନ୍ୟ ସବୁ ଉତ୍ତମ ହେବ ।

ମିଥୁନ-

ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।

କର୍କଟ-

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।

ସିଂହ-

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।

କନ୍ୟା-

ବାହାରେ ଭ୍ରମଣ କରି କିଛି ମସୟ କାଟନ୍ତୁ । ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ ।ଏଣୁ ଆପଣଙ୍କୁ ଘର ଚାରିକାନ୍ଥ ଗେରରୁ ବାହାରିବାକୁ ଯେଉଁ ଛୁଟିଦିନ ପାଉଛନ୍ତି ଭ୍ରମଣ ଯୋଜନା କଲେ ଆଶ୍ୱସ୍ତି ମିଳିବ ।

ତୁଳା-

ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ ।

ବିଛା-

ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ ।

ଧନୁ-

ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।

ମକର-

ଆଜି ଆପଣ ନମ୍ରତାର ସହିତ ବ୍ୟବହାର କରନ୍ତୁ ଏବଂ ନିଜ ପ୍ରିୟଜନ ମାନଙ୍କ ସହିତ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତୁ ସେମାନେ ଆପଣଙ୍କୁ ଆପଣଙ୍କର ବ୍ୟବହାର ପାଇଁ ଧନ୍ୟବାଦ ଦେବେ ଆଜି ଆପଣ ଅନୁଭବ କରିବେ ।

କୁମ୍ଭ-

କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ ।ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ ।

ମୀନ-

ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।