ଅଙ୍ଗନବାଡି କର୍ମଚାରୀଙ୍କ ଦରମା ବଢ଼ିଲା ।ଆଗରୁ ପାଉଥିଲେ ଏତିକି ଏବେ ମିଳିବ ??

ସରକାର । ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ଦରମା ବହୁତ ଦିନ ହେବ ବୃଦ୍ଧି ପାଇନଥିଲା ଆଜି ଦରମା ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ମୋଦି ଦରମା ବୃଦ୍ଧିର ଘୋଷଣା କରିବା ପରେ ଯେଉଁ ଅଙ୍ଗନୱାଡି କର୍ମୀ ମାନେ ଆଗରୁ ୩୦୦୦ ଟଙ୍କା ପାଉଥିଲେ ସେମାନେ ଆଜି ଠାରୁ ୪୫୦୦ ଟଙ୍କା ପାଇବେ । ସେହିଭଳି ଭାବରେ ଯେଉଁ କର୍ମୀ ମାନେ ୨୨୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ ବୋଲି କୁହାଯାଇଛି । ଏହାଛଡା ଅଙ୍ଗନୱାଡି ସହାୟିକା ମାନଙ୍କ ଦରମାକୁ ୧୫୦୦ ଟଙ୍କାରୁ ୨୨୫୦ ଟଙ୍କାକୁ ବଢ଼େଇ ଦିଆ ଯାଇଛି । କେବଳ ଅଙ୍ଗନୱାଡି କର୍ମୀ ନୁହନ୍ତି ଆଶା କର୍ମୀଙ୍କ ଦରମା ମଧ୍ୟ ଦୁଇଗୁଣ ବଢାଇବାକୁ ଘୋଷଣା କରିଛନ୍ତି ମୋଦି ସରକାର ।

ଦରମା ବୃଦ୍ଧି ହେବା ସହ ଆଶା କର୍ମୀ ମାନଙ୍କର ଓ ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ,

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।