ନିର୍ଦ୍ଧାରିତ ଦରରୁ ଅଧିକରେ ଆଳୁ, ପିଆଜ ବିକ୍ରି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ବାତ୍ୟା ଫନି ଓଡିଶା କୁ ଦ୍ରୁତ ଗତିରେ ମାଡି ଆସୁଥିବା ବେଳେ ଓଡିଶା ବାସି ଭୟଭୀତ ହେବାରେ ଲାଗିଛନ୍ତି । ହେଲେ ଏମିତି ସମୟରେ ପରିବା , ପିଆଜ ଓ ଆଳୁ ର କଳାବଜାରୀ ହେବାରେ ଲାଗିଛି । ବାତ୍ୟାକୁ ନଜର ରେ ରଖି ବେପାରୀ ମାନେ ମନଇଛା ଦରଦାମ ବଢ଼ାଇ ଦେଉଛନ୍ତି । ଆଳୁ କେଜି 25 -30 ତ, ପିଆଜ କେଜି 30 – 35 । ପରିବା ଦର କଥା କହିଲେ ନସରେ । ତେବେ ହଠାତ ଏମିତି ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ କରିବାକୁ ଯୋଗାଣ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ।

ଅଧିକାଂଶ ଦୋକାନ, ଗୋଦାମ ରେ ଚଢ଼ାଉ କରାଯାଇଛି । ଏହା ସହିତ ଦୋକାନ ସାମ୍ନା ରେ ଆଳୁ ଏବଂ ପିଆଜ ର ସରକାରୀ ଦର ଯଥାକ୍ରମେ ୧୪ ଏବଂ ୧୮ଟଙ୍କା ଲେଖିବାକୁ ମଧ୍ୟ କୁହାଯାଇଛି ।

ଯଦି କୌଣସି ସ୍ଥାନରେ କେହି ବି ଏହି ଦରରୁ ଅଧିକା କେହି ବିକୁଥାନ୍ତି ତେବେ ତାଙ୍କ ବିରୁଧରେ ତୁରନ୍ତ ଯୋଗାଣ ବିଭାଗ କୁ ଜଣାଇ ବାକୁ କୁହା ଯାଇଛି । ଯୋଗାଣ  ବିଭାଗ ତରଫରୁ ତାଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।