ଘରେ ଏମିତି କିଛି ଜିନିଷ ଲଗାନ୍ତୁ କେବେ ହେବ ନାହିଁ ଧନର ଅଭାବ ।

ଘର ର ଦ୍ୱାର ର କିଛି ମହତ୍ତ୍ୱ ବିଷୟରେ ଜ୍ୟୋତିଷ କହିଛନ୍ତି । ଘରର ଦ୍ୱାର ଦେଇ କେବଳ ଆମେ ଘରକୁ ଆସି ନ ଥାଉ କିଛି ଉର୍ଜା ମଧ୍ୟ ପ୍ରବେଶ କରିଥାଏ। କିଛି ଉର୍ଜା ଏତେ ଶକ୍ତିଶାଳୀ ହୋଇଥାନ୍ତି କି, ଘରେ ସବୁ ପ୍ରକାର ଅସୁବିଧା କୁ ନେଇ ଆସି ଥାଏ ଓ ଧନହାନୀ ମଧ୍ୟ ହୋଇଥାଏ। ଘରର ଖୁସି କୁ କାହା ର ଆଖି ଲାଗିବା , ପିଲା ମାନଙ୍କ ପାଠ ପଢାରେ ମନ ନ ଲାଗିବା, ଘର ଲୋକ ବାରମ୍ବାର ବେମାର ରେ ପିଡିତ ହେବା, ବେପାର ଆଦି ରେ କ୍ଷତି ହେବା। ଏହି ସବୁ ସଂକେତ ହୋଇଥାଏ, ଯଦି ଘରେ କିଛି ଅଶୁଭ ଶକ୍ତି ଥିବ ।

ଯଦି ଆପଣ ନିଜ ଘରକୁ ରକ୍ଷା କରିବା କୁ ଚାହୁଁ ଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁସାରେ ହିଁ ଆପଣ ନିଜ ଘରକୁ ରକ୍ଷା କରି ପାରିବେ ଓ ଧନର ଆଗମନ କରି ପାରିବେ। ଘରର ମୁଖ୍ୟ ଦ୍ୱାର କବାଟ ରେ ଓଁ ସ୍ୱସ୍ତିକ ଥିବା ତ୍ରିଶୁଳ କୁ ଲଗାନ୍ତୁ ।ଏହି ତିନୋଟି ନାମ ର ବହୁତ ମହତ ରହିଛି। ଯେଉଁଠି ଏହି ତିନି ଚିନ୍ହ ଏକା ସାଗଂ ରେ ଥାଆନ୍ତି , ସେଠାକୁ କୈ।ଣସି ଅଶୁଭ ଶକ୍ତି ପ୍ରବେଶ କରି ପାରେ ନାହିଁ।

ଶାସ୍ତ୍ରରେ କୁହାଯାଏ ଏହି ସ୍ୱସ୍ତିକ ଚିନ୍ହ ଘରକୁ ଆସୁଥିବା ସମସ୍ତ ଅଶୁଭ ଶକ୍ତି କୁ ରୋକିଥାଏ । ଓଁ ଚିନ୍ହ ଭୂତ, ପ୍ରେତ ଓ ମୃତ୍ୟୁ ରୁ ମଧ୍ୟ ଦୂର ରଖିଥାଏ ବୋଲି ମାନାଯାଏ । ଏବଂ ତ୍ରିଶୁଳ ଭଗବାନଙ୍କ ସସ୍ତ୍ର ଅଟେ। ଯେଉଁଠି ତ୍ରିଶୂଳ ଥାଏ ସେଠି କର୍ମ, ବିଚାର, ସ୍ୱଭାବ ଏହି ତିନୋଟି ଅବସ୍ଥା ହୋଇଯାଏ। ଏହା କୁ ଘରର ଦ୍ୱାର ରେ, ଦୋକାନ ଦ୍ୱାର ରେ ଏବଂ ଗାଡ଼ି ରେ ମଧ୍ୟ ଲଗାଇ ପାରିବେ , ଏହା ଆପଣ ଙ୍କୁ ସବୁ ବିପଦ ରୁ ରକ୍ଷା କରିବ ।